Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ବର: ବାହାରିଲା ଓଜେଇଇ ପରୀକ୍ଷା ଫଳ । ମୋଟ ୫୫୯୭୯ ଜଣ ଛାତ୍ରଛାତ୍ରୀ ଦେଇଥିଲେ ଓଜେଇଇ ପରୀକ୍ଷା । ଏ ନେଇ ବୈଷୟିକ ଶିକ୍ଷାମନ୍ତ୍ରୀ ରେଜଲ୍ଟ ପୁସ୍ତକ ଉନ୍ମୋଚିତ କରିଛନ୍ତି । ପ୍ରାର୍ଥୀମାନେ OJEE ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଫଳାଫଳ ଜାଣିପାରିବେ।

ବି.ଫାର୍ମାରେ ସୌରଭ କୁମାର ପତି, ଏଲଇ ଫାର୍ମାରେ ଶୁଭଶ୍ରୀ ମହାନ୍ତି, ଏମବିଏରେ ସତ୍ୟଜିତ୍ ସାହୁ, ଏମସିଏ.ଏମଏସସି କମ୍ପ୍ୟୁଟର ସାଇନ୍ସରେ ଅପୂର୍ବ ସୁନ୍ଦର ନାୟକ, ଏମ ଫାର୍ମାରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି । ସେହିଭଳି ଏମ ଟେକ ପାଠ୍ୟକ୍ରମରେ ଥିବା ବିଭିନ୍ନ ବିଭାଗରେ ଯେପରିକି ସିଭିଲି ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ବାୟୋଟେକ୍ନୋଲୋଜିରେ ରାହୁଲ ନାୟକ, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବୈମ୍ୟୋକେଶ କାମିଲା, ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଙ୍କିତ ସାମଲ ଟପ୍ପର ହୋଇଛନ୍ତି ।

OJEE ପରୀକ୍ଷା ମେ ’୮ ରେ ଆରମ୍ଭ ହୋଇ ୧୫ରେ ଶେଷ ହୋଇଥିଲା। ୩୩ଟି ସ୍ଥାନରେ ୪୭ ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ଓଜେଇଇ ପରୀକ୍ଷା। ରାଜ୍ୟ ବାହାରେ ମଧ୍ୟ ତିନୋଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

BPharma, MCA, MSc (Comp Sc), MBA, BCAT, MTech, MTech (Part-Time), MPlan, MPharm ଏବଂ BTech ରେ ଲାଟେରାଲ୍ ପ୍ରବେଶ, ସରକାରୀ ଏବଂ ବେସରକାରୀ କଲେଜରେ ବିପିଏମ୍ ପାଠ୍ୟକ୍ରମ ଏବଂ ଆଡମିଶନ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ