Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମ ବିବାହ ପାଇଁ ୨୧ ଲକ୍ଷ ଟଙ୍କାର ଜରିମାନା! ଖାପ ପଞ୍ଚାୟତ ବିରୋଧରେ ୧୨୫ ଜଣଙ୍କ ନାଁରେ ମାମଲା

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାରେ ପ୍ରେମ ବିବାହକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ବିବାହିତା ଯୁବତୀଙ୍କୁ ପ୍ରେମ ବିବାହ କରିଥିବା ଯୁବକଙ୍କ ପରିବାର ଉପରେ ଖାପ ପଞ୍ଚାୟତ ୨୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାସହ ଜରିମାନା ନ ଦେଲେ ସାମାଜିକ ବହିଷ୍କାର କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

ଯୁବକ କମଲେଶ ମୀଣା ଓ ଯୁବତୀ ନିଜ ଇଚ୍ଛାରେ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ପରିବାର ଏହି ବିବାହକୁ ସମର୍ଥନ କରିଥିଲେ। କିନ୍ତୁ ଖାପ ପଞ୍ଚାୟତ ଏହାକୁ ବିରୋଧ କରି ଯୁବକଙ୍କ ପରିବାର ଉପରେ ଜରିମାନା ଲଗାଇଥିଲା। ଯୁବକଙ୍କ ଦାଦାଙ୍କ ଅଭିଯୋଗ ଆଧାରରେ ଖାପ ପଞ୍ଚାୟତର ୧୨୫ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, କମଲେଶ ଓ ଯୁବତୀଙ୍କ ମଧ୍ୟରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଥିଲା। ତେବେ ଚଳିତ ବର୍ଷ ଏପ୍ରିଲରେ ଯୁବତୀଙ୍କ ବିବାହ ଅନ୍ୟ ଜଣଙ୍କ ସହ କରାଯାଇଥିଲା। ପରେ ସେ ସ୍ୱାମୀଙ୍କ ଘରକୁ ନ ଯାଇ କମଲେଶଙ୍କ ପାଖକୁ ଚାଲି ଆସିଥିଲେ ଏବଂ ଉଭୟ ପ୍ରେମ ବିବାହ କରିଥିଲେ। ଏବେ ମହିଳା ନିଜ ଓ ସ୍ୱାମୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ନିକଟରେ ସୁରକ୍ଷା ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories