ବୀରମହାରାଜପୁର ବାଳକ ହାଇସ୍କୁଲ ର ନୂତନ ପରିଚାଳନା କମିଟି ଗଠିତ
ବୀରମହାରାଜପୁର :
ଆଜି ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଶିକ୍ଷକ / ପିତା ମାତା ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶନିବାର ଶତାଧିକ ପିତା ମାତା ଓ ଅଭିଭାବକ ଯୋଗଦେଇ 20 ଜଣିଆ ପରିଚାଳନା କମିଟି ସଦସ୍ୟଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରିଥିଲେ l 15 ଜଣ ଅଭିଭାବକ ଙ୍କ ସମେତ, ପ୍ରଧାନଶିକ୍ଷକ ,ଶିକ୍ଷକ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଙ୍କୁ ନେଇ କମିଟି ଗଠନ ହେଲା ପରେ ରବିନ୍ ମଲ୍ଲିକ ଙ୍କୁ ସଭାପତି ଓ ପ୍ରମିତା ବିଶ୍ୱାଳ ଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଇନ୍ଦ୍ରଜିତ୍ ପରୁଆ,ଭୂଷଣ କୁମାର ପାତ୍ର ଓ ଧର୍ମ କୁମାର ଶତପଥୀ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ନିର୍ମାଣ କମିଟି ଓ ବିଦ୍ୟାଳୟ ଶିକ୍ଷା କମିଟି ମଧ୍ୟ ଗଠନ କରାଯାଇଥିଲା l ଶେଷରେ ବରିଷ୍ଠ ଶିକ୍ଷକ ବୈକୁଣ୍ଠ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

