Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ଶରଦ ପାୱାରଙ୍କ ହେଲା ବୈଠକ; ଆଗାମୀ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛି କି ରଣନୀତି?

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଯେଉଁଠାରେ ନୀତୀଶ କୁମାର ଏବଂ ରାହୁଲ ଗାନ୍ଧୀ ବିରୋଧୀ ଏକତାକୁ ମଜବୁତ କରିବାକୁ କହୁଥିବା ବେଳେ ଅନ୍ୟପକ୍ଷରେ ଏନସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ଲାଗି ତାଙ୍କ ବଙ୍ଗଳା ନିକଟରେ ପହଞ୍ଚିଥିବା ଜଣାପଡିଛି। ଗୋଟିଏ ପଟେ ଶରଦ ପାୱାର ଏବଂ ଏକନାଥ ସିନ୍ଦେଙ୍କ ଚାଲିଥିବା ବେଳେ ଏହି ସମୟରେ ଉଦ୍ଧବ ଠାକରେ ବିଦେଶ ଗସ୍ତରେ ଅଛନ୍ତି। ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ଭେଟଘାଟ ହୋଇଥିବା ଜଣାପଡିଛି। ଦୁହିଁଙ୍କ ସାକ୍ଷାତ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ଶରଦ ପାୱାର ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଏହି ବୈଠକ କାହିଁକି ହେଲା ଏ ନେଇ କୌଣସି ସୂଚନା ମିଳିନାହିଁ।

ତେବେ ପାୱାର ମୁମ୍ବାଇ ସ୍ଥିତ ମରାଠା ମଣ୍ଡଳ ସନ୍ଥାର ସଭାପତି ରହିଛନ୍ତି । ପୱାର କହିଛନ୍ତି ଯେ ମରାଠୀ ଚଳଚ୍ଚିତ୍ର ଶିଳ୍ପ ଏବଂ ଥିଏଟର ସହିତ ଜଡିତ କଳାକାର ତଥା ଲୋକଙ୍କ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସେ ଏକ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀଙ୍କୁ ଏକଜୁଟ କରିବା ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁନ୍ ୧୨ ରେ ପାଟନାରେ ଏକ ବୈଠକ ଆୟୋଜନ କରିଛନ୍ତି। ବିଭିନ୍ନ ଦଳର ନେତାମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ବିରୋଧୀଙ୍କୁ ଏକ ପ୍ଲାଟଫର୍ମରେ ଆଣିବାକୁ ନୀତୀଶ କୁମାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଇତିମଧ୍ୟରେ ନୀତୀଶ କୁମାର କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ