Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୁଁ ପୁରୁଷଙ୍କୁ ଘୃଣା କରେ’ ବୟାନକୁ ନେଇ ବିବାଦରେ ‘India’s Got Latent’ ପ୍ରତିଯୋଗୀ, ଜଜଙ୍କଠାରୁ ପାଇଲେ ସବୁଠୁ ଶୂନ୍ୟ ମାର୍କ

ନେଟଫ୍ଲିକ୍ସର ଲୋକପ୍ରିୟ ଶୋ ‘India’s Got Latent’ ସିଜନ-୨ର ତୃତୀୟ ଏପିସୋଡରେ ପ୍ରତିଯୋଗୀ ସାକ୍ଷୀ ଝାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅଡିସନ୍‌ ସମୟରେ ସେ ନିଜକୁ “ମ୍ୟାନ୍‌-ହେଟର୍” ବୋଲି ପରିଚୟ ଦେବା ସହ ପୁରୁଷଙ୍କ ଅହଂକାର ଭାଙ୍ଗିବାରେ ନିଜକୁ ଆନନ୍ଦ ମିଳେ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ ସେ ନିଜ ବାପା, ଜେଜେବାପା ଓ ଭାଇଙ୍କୁ ମଧ୍ୟ ଘୃଣା କରନ୍ତି।

ଆଲୋଚନା ସମୟରେ ଜଜ୍ ବିଶାଳ ଦଦଲାନୀ ସାକ୍ଷୀଙ୍କ ଫର୍ମରେ ଲେଖା ଥିବା ଜୀବନ ଲକ୍ଷ୍ୟ ବିଷୟରେ ପଚାରିଥିଲେ। ସାକ୍ଷୀ କହିଥିଲେ ଯେ, “ମଦ ପିଇବା ପରେ ନିଜ ସ୍ୱାମୀଙ୍କୁ ମାଡ଼ ମାରିବାକୁ ଚାହେଁ”, ଏବଂ ଏହା ସେ ସତରେ କରିବାକୁ ଚାହୁଁଥିବା କଥା ମଧ୍ୟ ଦୋହରାଇଥିଲେ। ସେ କହିଥିଲେ, ଭବିଷ୍ୟତରେ ସେ ଜଣେ “ଭଲ ପୁରୁଷ”ଙ୍କୁ ବିବାହ କରିବେ, ଯିଏ ନିଜ ପତ୍ନୀଙ୍କ ସମସ୍ତ କଥାକୁ ଅନ୍ଧ ଭାବରେ ମାନିବେ।

ସାକ୍ଷୀଙ୍କ ଏହି ମନ୍ତବ୍ୟ ଜଜ୍ ପ୍ୟାନେଲକୁ ପ୍ରଭାବିତ କରିପାରିନଥିଲା। ସମୟ ରାଇନା, ତନ୍ମୟ ଭଟ୍ଟ, ବିଶାଳ ଦଦଲାନୀ, ରଘୁ ରାମ ଓ ଯଶରାଜ ମେହରା ସମସ୍ତେ ତାଙ୍କୁ ୦ ମାର୍କ ଦେଇଥିଲେ। ଏହା ସହ ସେ ‘India’s Got Latent’ ସିଜନ-୨ରେ ସମସ୍ତ ଜଜଙ୍କଠାରୁ ଏକାସାଥିରେ ଶୂନ୍ୟ ମାର୍କ ପାଇଥିବା ପ୍ରଥମ ପ୍ରତିଯୋଗୀ ହୋଇଛନ୍ତି। ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ତାଙ୍କ ମନ୍ତବ୍ୟକୁ ସମାଲୋଚନା କରି “ଏହା ନାରୀବାଦ ନୁହେଁ, ବରଂ ଘୃଣା ପ୍ରଚାର” ବୋଲି ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories