Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାରେ ବିଫଳ ହେଲା ପରେ , ଶେଷରେ ସାପ କାମୁଡ଼ାଇ ସ୍ୱାମୀଙ୍କୁ ହତ୍ୟା! ମେରଠ ହତ୍ୟାକାଣ୍ଡରେ ଚାଞ୍ଚଲ୍ୟକର ଖୁଲାସା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ମେରଠର ବହୁଚର୍ଚ୍ଚିତ ଅତୁଲ ହତ୍ୟାକାଣ୍ଡରେ ପୋଲିସ ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପତ୍ନୀ ଦାମିନୀ ଓ ତାଙ୍କ ପ୍ରେମିକ ତୁଷାର ପ୍ରାୟ ୧୧ ମାସ ଧରି ସମ୍ପର୍କରେ ଥିଲେ। ଏବଂ ପ୍ରେମ ସମ୍ପର୍କ ଯୋଗୁଁ ସ୍ୱାମୀଙ୍କୁ ନିଜ ଜୀବନରୁ ହଟାଇବାକୁ ଚେଷ୍ଟ କରିଥିଲେ | ପ୍ରଥମେ ଦୁର୍ଘଟଣା ଘଟାଇ ଅତୁଲଙ୍କୁ ହତ୍ୟା କରିବାର ଯୋଜନା ରଚିଥିଲେ । କିନ୍ତୁ ହେଲମେଟ ପିନ୍ଧିଥିବାରୁ ସେ ବଞ୍ଚିଯାଇଥିଲେ। ଏହାପରେ ଉଭୟ ସାପ କାମୁଡ଼ାଇ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିଥିବା ତାଙ୍କ ପତ୍ନୀ ଦାମିନୀ ନିଜେ ସ୍ୱୀକାର କରିଛନ୍ତି | ପୋଲିସର ପଚରାଉଚୁରା କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି |

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ସାପ ଯୋଗାଡ଼ କରିବା ପାଇଁ ତୁଷାର ତାଙ୍କ ଦୁଇ ସାଙ୍ଗ ସୋନୁ ଓ ଉଦୟଙ୍କୁ ଦାୟିତ୍ୱ ଦେଇଥିଲେ। କରୈତ ସାପ ଖୋଜିବା ପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯାଇଥିବା ପୋଲିସ କହିଛି। ଅଭିଯୋଗ ଅନୁସାରେ, ଜୁଲାଇ ୭ ତାରିଖରେ ସାପଟିକୁ ସ୍କୁଲରେ ଆଣି ରଖାଯାଇଥିଲା ଏବଂ ପରେ ଅତୁଲଙ୍କ ଉପରେ ଛାଡ଼ି ହତ୍ୟା କରାଯାଇଥିଲା। ପୋଲିସ ସୂଚନା ଅନୁସାରେ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର |

ପୋଲିସ କହିଛି ଯେ, ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତମାନଙ୍କ ବୟାନ ସହ ଅନ୍ୟ ପ୍ରମାଣର ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ସୂଚନା ପ୍ରାଥମିକ ତଦନ୍ତ ଓ ପୋଲିସର ଦାବି ଆଧାରରେ ତାଙ୍କ ପତ୍ନୀ ଏବଂ ପ୍ରେମିକ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ତେବେ ତଦନ୍ତ ଶେଷ ହେବା ପରେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ