Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜରେ ବିସ୍ଫୋରଣ ଦାବି; ତେଲ, ଏଲପିଜି ଓ ସାର ବୋଝେଇ ଜାହାଜକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ବିଶ୍ୱ ତୈଳ ଓ ଗ୍ୟାସ ପରିବହନର ପ୍ରମୁଖ ସାମୁଦ୍ରିକ ମାର୍ଗ ହର୍ମୁଜ ପ୍ରଣାଳୀରେ ପୁଣି ଥରେ ବିସ୍ଫୋରଣ ଘଟିଥିବା ଦାବି ସାମ୍ନାକୁ ଆସିଛି। ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଦାବି କରିଛି ଯେ, ନୌସେନା ଖଣି ସହ ଧକ୍କା ଲାଗିବା ପରେ ଦୁଇଟି ବାଣିଜ୍ୟିକ ଜାହାଜରେ ବିସ୍ଫୋରଣ ଘଟିଛି। ସେଥିମଧ୍ୟରୁ ଗୋଟିଏ ଜାହାଜରେ ଅଶୋଧିତ ତୈଳ ସହ ଏଲପିଜି ଥିବାବେଳେ ଅନ୍ୟଟିରେ ସାର ପରିବହନ କରାଯାଉଥିବା ଦାବି କରାଯାଇଛି। ତେବେ ଏହି ଦାବିକୁ ଏପର୍ଯ୍ୟନ୍ତ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇନାହିଁ।

ଏହି ଘଟଣାକୁ ନେଇ IRGC କହିଛି , ଯେପର୍ଯ୍ୟନ୍ତ ଆମେରିକା ଏହି ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ଜାରି ରଖିବ, ସେପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକ ସୁରକ୍ଷିତ ରହିବେ ନାହିଁ। ଇରାନ-ଆମେରିକା ଉତ୍ତେଜନା ବଢ଼ୁଥିବାରୁ ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ ମାର୍ଗମାନଙ୍କ ମଧ୍ୟରେ ଗଣାଯାଉଛି। ଏହି ମାର୍ଗ ଦେଇ ବିଶ୍ୱର ବଡ଼ ପରିମାଣର ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ପରିବହନ ହୋଇଥାଏ।

ଅନ୍ୟପକ୍ଷରେ, ଆମେରିକା ଲଗାତାର ନବମ ରାତିରେ ଇରାନର ବିଭିନ୍ନ ସାମରିକ ଲକ୍ଷ୍ୟସ୍ଥଳ ଉପରେ ବାୟୁ ଆକ୍ରମଣ ଜାରି ରଖିଥିବା ବେଳେ, ଇରାନର ସେନା ବାହିନୀ ପକ୍ଷରୁ କେରମାନଶାହ ପ୍ରଦେଶରେ ଏକ ଆମେରିକୀୟ MQ-9 ଡ୍ରୋନ୍ କୁ ଗୁଳି କରି ଖସାଇ ଦିଆଯାଇଥିବା ଦାବି କରାଯାଉଛି । ତେବେ ଏହି ସମସ୍ତ ଦାବିକୁ ସ୍ୱାଧୀନ ଭାବେ ତଦନ୍ତ କରାଯାଇନଥିବା ବେଳେ ଆମେରିକା ପକ୍ଷରୁ ମଧ୍ୟ ଏନେଇ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ । ତେବେ ହର୍ମୁଜ ପ୍ରଣାଳୀ ବିଶ୍ୱର ଏକ ପ୍ରମୁଖ ତୈଳ ବାଣିଜ୍ୟ ପଥ ହୋଇଥିବା ବେଳେ ଏଭଳି ଉତ୍ତେଜନା ଆଗକୁ ବିଶ୍ୱସ୍ତରରେ ବଡ ତୈଳ ସଙ୍କଟ ଆଣିପାରେ ବୋଲି ଚର୍ଚ୍ଚା ହେଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories