‘୫୬ ବର୍ଷର ଯୁବକ’ କହି ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ; ବଢ଼ିଲା ରାଜନୈତିକ ବିବାଦ
ନୂଆଦିଲ୍ଲୀ: ମୌସୁମୀ ସଂସଦ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷ ଭାବେ କଟାକ୍ଷ କରିଛନ୍ତି। ହାଇଦ୍ରାବାଦ ଭିତ୍ତିକ ସ୍କାଇରୁଟ୍ ଏରୋସ୍ପେସ୍ର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍କ୍ଷେପଣରେ ସେ ଯୁବଶକ୍ତିକୁ ପ୍ରଶଂସା କରିଛନ୍ତି | ସେ କହିଛନ୍ତିଯେ, ଏହି ସଫଳତା ୨୮ ବର୍ଷର ଯୁବଶକ୍ତିର ପରିଶ୍ରମର ଫଳ ଏବଂ | କିନ୍ତୁ ପରୋକ୍ଷରେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତିଯେ, ଏଠାରେ ”ମୁଁ ୫୬ ବର୍ଷର ଯୁବକଙ୍କ କଥା କହୁନାହିଁ।” ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ରାହୁଲ ଗାନ୍ଧୀଙ୍କ ପ୍ରତି ପରୋକ୍ଷ ଆକ୍ରମଣ ବୋଲି ଦେଖାଯାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍କାଇରୁଟ୍ ଏରୋସ୍ପେସ୍ର ଯୁବ ବୈଜ୍ଞାନିକମାନେ ଭାରତର ମହାକାଶ କ୍ଷେତ୍ରରେ ନୂଆ ଇତିହାସ ରଚିଛନ୍ତି। ଭାରତର ପ୍ରଥମ ଘରୋଇ ଭାବେ ବିକଶିତ ରକେଟ୍ ସଫଳତାର ସହ କକ୍ଷପଥରେ ପହଞ୍ଚିଥିବାରୁ ସେ ସମଗ୍ର ଟିମ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସଫଳତା ଭାରତୀୟ ଯୁବପିଢ଼ିର କ୍ଷମତା ଓ ଆତ୍ମବିଶ୍ୱାସର ପ୍ରତୀକ ବୋଲି ସେ କହିଥିଲେ।
ଏହାସହ ପ୍ରଧାନମନ୍ତ୍ରୀ ସଂସଦର ମୌସୁମୀ ଅଧିବେଶନକୁ ନେଇ ସମସ୍ତ ସାଂସଦଙ୍କୁ ତର୍କ ଓ ତଥ୍ୟ ଆଧାରିତ ଆଲୋଚନା କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ସଂସଦ ହେଉଛି ଲୋକତନ୍ତ୍ରର ସର୍ବୋଚ୍ଚ ମଞ୍ଚ, ତେଣୁ ଏଠାରେ ହଙ୍ଗାମା ନୁହେଁ, ବରଂ ଯୁକ୍ତି ଓ ତଥ୍ୟକୁ ଗୁରୁତ୍ୱ ଦିଆଯିବା ଉଚିତ୍। ଦେଶର ବିକାଶ ଓ ଜନକଲ୍ୟାଣ ପାଇଁ ଏହି ଅଧିବେଶନ ଫଳପ୍ରଦ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

