Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ସନ୍ଦେହଜନକ ମୃତ୍ୟୁ! ପୁଲିସ ମୁଖ୍ୟା କାର୍ଯ୍ୟାଳୟରୁ ମିଳିଲା ମୃତଦେହ

ଅଗରତଲା: ତ୍ରିପୁରା ପୁଲିସର ମହାନିର୍ଦ୍ଦେଶକ (ଡିଜିପି) ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଅନୁରାଗ ଧନଖଡ଼ଙ୍କ ସୋମବାର ଅଗରତଲାସ୍ଥିତ ପୁଲିସ ମୁଖ୍ୟା (PHQ) କାର୍ଯ୍ୟାଳୟରୁ ମୃତ ଦେହ ଉଦ୍ଧାର ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏହାପଛରେ କାର୍ଯ୍ୟର ଚାପ କିମ୍ବା କଣ କାରଣ ରହିଛି ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି | କିନ୍ତୁ ଏହି ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ସୂଚନା ଅନୁଯାୟୀ, ଅନୁରାଗ ଧନଖଡ଼ଙ୍କୁ ପୁଲିସ ମୁଖ୍ୟାଳୟରେ ଥିବା ତାଙ୍କ କାର୍ଯ୍ୟାଳୟ କକ୍ଷରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଅଗରତଲାର ଗୋବିନ୍ଦ ବଲ୍ଲଭ ପନ୍ଥ (GBP) ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ପୁଲିସ ମୁଖ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୁଲିସ ଘଟଣାସ୍ଥଳକୁ ସିଲ୍ କରି ପ୍ରମାଣ ସଂଗ୍ରହ କରୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଘଟଣାକୁ ନେଇ ରାଜ୍ୟ ପୁଲିସ ଓ ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories