Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷାରେ ଚାରଧାମ ଯାତ୍ରା ସ୍ଥଗିତ; ଉତ୍ତରାଖଣ୍ଡରେ ଭୂସ୍ଖଳନ ଆଶଙ୍କାରେ ପ୍ରଶାସନ ନେଲା ନିଷ୍ପତ୍ତି

ଦେହରାଦୁନ: ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା, ଭୂସ୍ଖଳନ ଆଶଙ୍କା ଏବଂ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ରେଡ୍ ଓ ଅରେଞ୍ଜ ଆଲର୍ଟକୁ ଦୃଷ୍ଟିରେ ରଖି ସୋମବାରଠାରୁ ଚାରଧାମ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଗଡ଼ୱାଲ କମିଶନର ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଯାତ୍ରାପଥରେ ଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ। ରାସ୍ତା ସମ୍ପୂର୍ଣ୍ଣ ସୁରକ୍ଷିତ ଘୋଷଣା ହେବା ପରେ ମାତ୍ର ସେମାନଙ୍କୁ ପରବର୍ତ୍ତୀ ଯାତ୍ରା ପାଇଁ ଅନୁମତି ଦିଆଯିବ। ଯାତ୍ରୀ ଓ ସାଧାରଣ ଲୋକଙ୍କୁ କେବଳ ସରକାରୀ ସୂଚନା ଉପରେ ଭରସା କରିବା ଏବଂ ଗୁଜବଠାରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।

ଏପଟେ ରୁଦ୍ରପ୍ରୟାଗ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଅଳକାନନ୍ଦା ଓ ମନ୍ଦାକିନୀ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ନମାମି ଗଙ୍ଗେ ପ୍ରକଳ୍ପ ଅଧୀନରେ ନିର୍ମିତ ଘାଟଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ନଦୀ କୂଳଠାରୁ ଦୂରେଇ ରହିବା ପାଇଁ ସ୍ଥାନୀୟ ଲୋକ ଓ ତୀର୍ଥଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷା ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁଣିଥରେ ଚାରଧାମ ଯାତ୍ରା ଆରମ୍ଭ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories