Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦ ମାର୍ଚ୍ଚରେ ଯୋଗଦେବାକୁ ହସ୍ପିଟାଲରୁ ଛାଡ଼ିବା ପାଇଁ ଅନୁରୋଧ କଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସଫଦରଜଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ତାଙ୍କୁ ଅସ୍ଥାୟୀ ଭାବେ ହସ୍ପିଟାଲ ଛାଡ଼ିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ସଂସଦ ଅଭିମୁଖେ ଆୟୋଜିତ ମାର୍ଚ୍ଚରେ ସାମିଲ ହେବା ପାଇଁ ସେ ଏହି ଅନୁରୋଧ କରିଥିବା ଜଣାପଡ଼ିଛି। ୨୧ ଦିନର ଅନଶନ ସମୟରେ ଶନିବାର ଦିଲ୍ଲୀ ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା |

୫୯ ବର୍ଷୀୟ ୱାଙ୍ଗଚୁକ ତାଙ୍କ ହସ୍ତଲିଖିତ ଚିଠିରେ କହିଛନ୍ତି ଯେ, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପାରାମିଟର ସାଧାରଣ ରହିଛି। ସେଥିପାଇଁ ତାଙ୍କୁ କିଛି ସମୟ ପାଇଁ ହସ୍ପିଟାଲରୁ ବାହାରି ସଂସଦ ମାର୍ଚ୍ଚରେ ଯୋଗଦେବାକୁ ଅନୁମତି ଦେବାକୁ ସେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ, ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ସୋସିଆଲ ମିଡିଆରେ ଚିଠିଟି ସେୟାର କରି କହିଛନ୍ତି ଯେ ୱାଙ୍ଗଚୁକ ପ୍ରଦର୍ଶନକାରୀଙ୍କ ସହ ଯୋଗଦେବାକୁ ଚେଷ୍ଟା କରୁଛନ୍ତି। ସେପଟେ ଦିଲ୍ଲୀ ପୁଲିସ କହିଛି ଯେ, ସଂସଦ ମାର୍ଚ୍ଚ ପାଇଁ ଅନୁମତି ଦିଆଯାଇନଥିବାରୁ ଏବଂ ମୌସୁମୀ ଅଧିବେଶନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କଟକଣା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ