Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିନ୍ନ ଧର୍ମର ଯୁବତୀଙ୍କୁ ଭେଟିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ! ବେକରେ କୁକୁର ବେଲ୍ଟ ବାନ୍ଧି କଲେ ଅପମାନ ମାଡ଼

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମୁସଲିମ ଯୁବକ ତାଙ୍କ ମହିଳା ବନ୍ଧୁଙ୍କୁ ଭେଟିବା ପାଇଁ ଘରକୁ ଯାଇଥିବା ବେଳେ ୧୦ରୁ ୧୨ ଜଣଙ୍କ ଏକ ଦଳ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଫ୍‌ଆଇଆର୍‌ ଅନୁଯାୟୀ, ଅଭିଯୁକ୍ତମାନେ ଜବରଦସ୍ତି ଘରେ ପ୍ରବେଶ କରି ଯୁବକଙ୍କୁ ମାଡ଼ ମାରିଥିଲେ। ଯୁବତୀ ବାଧା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ତାଙ୍କ କଥା ଶୁଣିନଥିଲେ। ମାଡ଼ ମାରିବା ସହ ଉଭୟଙ୍କୁ ଧମକ ଦେଇ ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିଲେ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଯୁବକଙ୍କ ବେକରେ କୁକୁର ବେଲ୍ଟ ବାନ୍ଧି ତାଙ୍କୁ ଘର ବାହାରେ ବସାଇ ଅପମାନିତ କରାଯାଉଥିବା ଦେଖାଯାଇଛି। ପୀଡ଼ିତାଙ୍କ ଭଉଣୀଙ୍କ କହିବା ଅନୁସାରେ, ଆକ୍ରମଣକାରୀମାନେ ଘରେ ପଶି ଯୁବକଙ୍କୁ ନିର୍ମମ ଭାବେ ପିଟି ରକ୍ତାକ୍ତ କରିଦେଇଥିଲେ | କିନ୍ତୁ ସେହି ଅବସ୍ଥାରେ ମଧ୍ୟ ସେମାନେ ମାଡ଼ ମାରିବା ବନ୍ଦ କରିନଥିଲେ ଏବଂ ପରେ ତାଙ୍କୁ ବାହାରକୁ ନେଇ ବେକରେ କୁକୁର ବେଲ୍ଟ ବାନ୍ଧି ଅପମାନ କରିଥିଲେ। ଅଭିଯୋଗ ଅନୁସାରେ, ଯୁବକଙ୍କ ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଛଡ଼ାଇ ନିଆଯାଇଛି।

ପୁଲିସ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାଡ଼ମାରି, ଦଙ୍ଗା, ବେଆଇନ ଭାବେ ଘରେ ପ୍ରବେଶ, ଧମକ ଏବଂ ଶାନ୍ତିଭଙ୍ଗ ଉଦ୍ଦେଶ୍ୟରେ ଅପମାନ କରିବା ଭଳି ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ବେଳେ, ସିସିଟିଭି ଓ ଅନ୍ୟାନ୍ୟ ଭିଡିଓ ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ ପାଇଁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories