Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP ସଂସଦ ମାର୍ଚ୍ଚ ଆନ୍ଦୋଳନ: ଧାରଣା ପ୍ରତ୍ୟାହାର କରିବାକୁ କହିଲେ ଜେ. ପି. ନଡ୍ଡା, ଜାରି ରହିବ ଆଲୋଚନା

ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିବା କକରୋଚ୍ ଜନତା ପାର୍ଟି (CJP) ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଆଜି ଆଲୋଚନା କରିଛନ୍ତି। ବୈଠକ ପରେ ନଡ୍ଡା କହିଛନ୍ତି ଯେ, ଆଲୋଚନା ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିଲା ଏବଂ ପ୍ରତିବାଦକାରୀମାନଙ୍କୁ ଧାରଣା ପ୍ରତ୍ୟାହାର କରି ସାଧାରଣ ପରିସ୍ଥିତି ଫେରାଇ ଆଣିବାରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ଜେ. ପି. ନଡ୍ଡା ସୋସିଆଲ ମିଡିଆରେ କହିଛନ୍ତି ଯେ, ସୋମବାର ସକାଳେ ପ୍ରତିବାଦକାରୀଙ୍କ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଆସିବା ପରେ ସକାଳ ୧୧ଟା ୫୦ରୁ ଆଲୋଚନା ଆରମ୍ଭ ହୋଇଥିଲା। CJP ପ୍ରତିନିଧି ଦଳ ତାଙ୍କୁ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ସରକାର ପକ୍ଷରୁ ଦାବିଗୁଡ଼ିକୁ ଯଥାଯଥ ସ୍ତରରେ ବିଚାର କରାଯିବ ଏବଂ ଆନ୍ଦୋଳନକାରୀମାନେ ଶାନ୍ତି ବଜାୟ ରଖିବେ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ CJP ମୁଖପାତ୍ର ସୌରଭ ଦାସ କହିଛନ୍ତି ଯେ, ସେ ଓ ଅନ୍ୟ ମୁଖପାତ୍ର ଆଶୁତୋଷ ରଙ୍କା ପ୍ରାୟ ୧୦ ମିନିଟ୍ ଧରି ଜେ. ପି. ନଡ୍ଡାଙ୍କ ସହ ଆଲୋଚନା କରି ଦାବିପତ୍ର ହସ୍ତାନ୍ତର କରିଛନ୍ତି। ତାଙ୍କ କହିବା ଅନୁସାରେ, ମନ୍ତ୍ରୀ ଦାବିଗୁଡ଼ିକୁ ସରକାରଙ୍କ ଉପଯୁକ୍ତ ସ୍ତରରେ ଉଠାଇବାକୁ ଆଶ୍ୱାସନ ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ ପ୍ରତିଶ୍ରୁତି ମିଳିନାହିଁ। ସେ କହିଛନ୍ତି ଯେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ। ଏପଟେ ଦିଲ୍ଲୀ ପୁଲିସ ମଧ୍ୟ ପ୍ରତିବାଦକାରୀଙ୍କୁ ଶାନ୍ତି ବଜାୟ ରଖିବା, ଗୁଜବରୁ ଦୂରେଇ ରହିବା ଏବଂ ଆଇନଶୃଙ୍ଖଳା ରକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories