Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP ‘ସଂସଦ ଚଲୋ’ ଆନ୍ଦୋଳନ: ୧୧୮ ପୁଲିସ କର୍ମଚାରୀ ଆହତ, ୭୦ ପ୍ରତିବାଦକାରୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଆୟୋଜିତ ‘ସଂସଦ ଚଲୋ’ ପ୍ରତିବାଦ ଆନ୍ଦୋଳନରେ ସୋମବାର ଦିଲ୍ଲୀରେ ହିଂସାତ୍ମକ ରୂପ ନେଇଥିବା ଦାବି କରିଛି ଦିଲ୍ଲୀ ପୁଲିସ। ପୁଲିସର ସୂଚନା ଅନୁସାରେ, ଏହି ଆନ୍ଦୋଳନରେ ୧୧୮ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି | ଯେଉଁଥିରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ମାନେ ରହିଛନ୍ତି | ଏହାସହ ପ୍ରାୟ ୭୦ ଜଣ ପ୍ରତିବାଦକାରୀଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଏନେଇ ଦିଲ୍ଲୀ ପୋଲିସ ଏକ ବିବୃତ୍ତି ଜାରି କରିଛି | ଯେଉଁଥିରେ କୁହାଯାଇଛି ଯେ, ପ୍ରତିବାଦକାରୀମାନଙ୍କୁ ସତର୍କ କରାଯିବା ସତ୍ତ୍ୱେ ନିଷେଧାଦେଶର ଉଲ୍ଲଂଘନ କରିଥିଲେ। ଅଭିଯୋଗ ଅନୁଯାୟୀ, ସେମାନେ ପୁଲିସ ଉପରେ ପଥର ଓ ଅନ୍ୟାନ୍ୟ ବସ୍ତୁ ଫିଙ୍ଗିବା ସହ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏଥିସହ ପୁଲିସ ଓ ଅନ୍ୟ ସରକାରୀ ଗାଡ଼ି ଭାଙ୍ଗିବା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ବିପଦରେ ପକାଇବା ଭଳି ଘଟଣା ମଧ୍ୟ ଘଟିଥିବା ପୁଲିସ କହିଛି।

ପୁଲିସର ସୂଚନା ଅନୁସାରେ, ଘଟଣାରେ ସ୍ପେଶାଲ କମିଶନର, ଜଏଣ୍ଟ କମିଶନର, ଆଡିସନାଲ କମିଶନର, ଡିସିପି, ଏସିପି ସମେତ ଅନେକ ବରିଷ୍ଠ ଅଧିକାରୀ ଏବଂ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସଂଘର୍ଷ ସମୟରେ ପ୍ରାୟ ୬୦ ଜଣ ପ୍ରତିବାଦକାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ହିଂସା ସମୟରେ ୧୫ରୁ ୨୦ଟି ସରକାରୀ ଗାଡ଼ି ସମେତ ସରକାରୀ ସମ୍ପତ୍ତିର କ୍ଷତି ହୋଇଥିବା ପୁଲିସ ଦାବି କରିଛି। ଏହି ଘଟଣାରେ ଦଙ୍ଗା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ ଓ ଅନ୍ୟାନ୍ୟ ସମ୍ପୃକ୍ତ ଅପରାଧ ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS) ଅନୁଯାୟୀ ଏଫଆଇଆର୍ ରୁଜୁ କରାଯାଉଥିବା ବେଳେ ହିଂସାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଲ୍ଲୀ ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories