Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୌନ ଉତ୍ପୀଡ଼ନ ଅଭିଯୋଗରେ ଫସିଥିବା ଟ୍ରେନିଂ ଆଇପିଏସ୍ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀ (SVPNPA)ର ଜଣେ ମହିଳା ସହକର୍ମୀଙ୍କୁ ଯୌନ ଉତ୍ପୀଡ଼ନ ଓ ନିର୍ଯାତନା ଦେବା ଅଭିଯୋଗରେ ଫସିଥିବା ଜଣେ ଟ୍ରେନିଂ ଆଇପିଏସ୍ ଅଧିକାରୀ ସୋମବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଅଚେତ ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ କହିଛିଯେ, ତାଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି ଏବଂ ସେ କେଉଁ ପଦାର୍ଥ ସେବନ କରିଥିଲେ ତାହା ମେଡିକାଲ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ, ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ତାଙ୍କ ଭାଇ ଓ ସାଙ୍ଗମାନେ ତାଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ଭାବେ ଗ୍ୟାଷ୍ଟ୍ରିକ୍ ଲାଭେଜ୍ କରାଯାଇଥିଲେ ମଧ୍ୟ କୌଣସି ଅସ୍ୱାଭାବିକ ପଦାର୍ଥ ମିଳିନଥିଲା। ରକ୍ତ ଓ ପରିସ୍ରା ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତାଙ୍କ ବେଡ୍ ନିକଟରୁ ଏକ ମଦ ବୋତଲ ଓ ସାନିଟାଇଜର ବୋତଲ ମିଳିଥିବାରୁ ସେ କୌଣସି କ୍ଷତିକାରକ ପଦାର୍ଥ ସେବନ କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସହ ଜଡିତ କଥିତ ସୁଇସାଇଡ୍ ନୋଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ଏପରି କୌଣସି ନୋଟ୍ ଜବତ କରିନଥିବା ସ୍ପଷ୍ଟ କରିଛି।

ଏହି ଘଟଣା ପୂର୍ବରୁ ୩୦ ବର୍ଷୀୟା ଜଣେ ଟ୍ରେନିଂରେ ଥିବା ମହିଳା ଆଇପିଏସ୍ ଅଧିକାରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ପିଛା କରିବା, ଅପମାନଜନକ ବାର୍ତ୍ତା ପଠାଇବା, ବଳପୂର୍ବକ ଘରକୁ ନେଇ ଧମକ ଦେବା, ଛୁରି ଦେଖାଇ ଭୟଭୀତ କରିବା ଏବଂ ତାଙ୍କ ଅନୁମତି ବିନା ବ୍ୟକ୍ତିଗତ ଭିଡିଓ ରେକର୍ଡ କରି ସ୍ୱାମୀଙ୍କୁ ପଠାଇ ବ୍ଲାକମେଲ କରିବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆଧାରରେ ଜୁଲାଇ ୧୮ରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରା ଓ ସୂଚନା ପ୍ରଯୁକ୍ତି ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଟ୍ରେନିଂ ରତ ଆଇପିଏସ୍ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଓ ଅସତ୍ୟ ବୋଲି କହିଛନ୍ତି ଏବଂ ନ୍ୟାୟିକ ପ୍ରକ୍ରିୟା ଉପରେ ନିଜର ଭରସା ଥିବା କହିଛନ୍ତି। ମାମଲା ରୁଜୁ ହେବା ପରେ ତାଙ୍କ ବିରୋଧରେ ଏକାଡେମୀ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories