Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦରୁ ପିଏମଓ ପର୍ଯ୍ୟନ୍ତ ବିରୋଧୀଙ୍କ ପଦଯାତ୍ରା! ରାଜ୍ୟସଭା ଦିନ ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା

ନୂଆଦିଲ୍ଲୀ: ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ ଲାଠିଚାର୍ଜ ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା ହୋଇଛି । ମଙ୍ଗଳବାର ସଂସଦର ଉଭୟ ସଦନରେ ବିରୋଧୀ ସାଂସଦମାନେ ଜୋରଦାର ହଟ୍ଟଗୋଳ କରିଥିବାରୁ ଅଧିବେଶନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏହା ପରେ ରାଜ୍ୟସଭାର ଅଧିବେଶନ ପ୍ରକ୍ରିୟାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି।

ବିରୋଧୀ ଦଳ ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ର ଆନ୍ଦୋଳନ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ସକାଳେ ବିରୋଧୀ ନେତାମାନଙ୍କ ବୈଠକ ପରେ ସଂସଦରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ଦିନ ୧୨ଟାରେ ବିରୋଧୀ ସାଂସଦମାନେ ସଂସଦ ପରିସରରୁ ପଦଯାତ୍ରା ଆରମ୍ଭ କରିପାରନ୍ତି।

ନିଟ୍ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ଏବଂ ଛାତ୍ର ଆନ୍ଦୋଳନକୁ ନେଇ ସଂସଦ ଭିତରେ ଓ ବାହାରେ ରାଜନୈତିକ ମୁକାବିଲା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଜବାବ ଦାବି କରୁଥିବାବେଳେ ସଂସଦର ପରବର୍ତ୍ତୀ କାର୍ଯ୍ୟବାହୀ ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories