Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିକ୍କିମରେ ଭୂସ୍ଖଳନ: ଟନେଲରେ ଫସିଛନ୍ତି ୨୭ ଶ୍ରମିକ, ୭ ମୃତ! ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ମିଥେନ୍ ଗ୍ୟାସ୍

ସିକ୍କିମ: ସିକ୍କିମର ନାମଚୀ ଜିଲ୍ଲାରେ ନିର୍ମାଣାଧୀନ ଏକ ଟନେଲ୍‌ ନିକଟରେ ଭୂସ୍ଖଳନ ଘଟିଥିବା ଯୋଗୁଁ ବଡ଼ ଦୁର୍ଘଟଣା ହୋଇଛି । ଭୂସ୍ଖଳନ ପରେ ଟନେଲ୍‌ ଭିତରେ ୨୭ ଜଣ ଶ୍ରମିକ ଫସି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ୭ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।

ପ୍ରଶାସନ ସୂଚନା ଅନୁଯାୟୀ, ଟନେଲ୍‌ ବାହାରେ ହଠାତ୍ ଭୂସ୍ଖଳନ ହେବାରୁ ଭିତରେ କାମ କରୁଥିବା ଶ୍ରମିକମାନେ ଫସି ଯାଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଟନେଲ୍‌ ଭିତରେ ମିଥେନ୍ ଗ୍ୟାସ୍ ଥିବା ଆଶଙ୍କା ଥିବାରୁ ଉଦ୍ଧାରକାରୀ ଦଳ ଭିତରକୁ ପ୍ରବେଶ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଦ୍ଧାର ଅଭିଯାନରେ ନିୟୋଜିତ କିଛି ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ, ଏନଏଚପିସି, ଏସଡିଆରଏଫ, ଏନଡିଆରଏଫ, ସିକ୍କିମ ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ତେବେ ପରିସ୍ଥିତି ଗମ୍ଭୀର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସ୍ଥାନୀୟ ପ୍ରଶାସନ ଆଶଙ୍କା ପ୍ରକାଶ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ