Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୪ ନିର୍ବାଚନ ଲାଗି ବିଜେପିର ନୂଆ ଯୋଜନା; କାଲିଠୁ ଆରମ୍ଭ ଟିଫିନ୍‌ ବୈଠକ

ଭୁବନେଶ୍ବର: ୨୦୨୪ ଲୋକସଭା ନିର୍ବାଚନ ଲାଗି ଆରମ୍ଭ ହେଲାଣି ପ୍ରସ୍ତୁତି। ଏବେଠୁ ସବୁ ରାଜନୈତିକ ଦଳ ପ୍ରସ୍ତୁତ କଲେଣି ରଣନୀତି। ବିଜେପି ବା ସେଥିରୁ ବାଦ୍‌ ପଡ଼ିବ ‌କେମିତି। ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ଶାସକ ବିଜେପି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ। ରାଜସ୍ଥାନର ଆଜମେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜନସଭାରୁ ଆରମ୍ଭ ହୋଇଛି ଏହି ଅଭିଯାନ। ଏହି ଅଭିଯାନ ପୂରା ଜୁନମାସ ଚାଲିବ ।

ମୋଦୀ ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ ହୋଇଛି ଏହି ଅଭିଯାନ। ଏହା ଭିତରେ ବିଜେପିର କିଛି ନେତା ଦଳଠୁ ମୁହଁ ଫେରାଇ ଆଣିଥିବା ବେଳେ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଏବଂ ପୁଣି ପାର୍ଟିକୁ ଫେରାଇ ଆଣିବାକୁ ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଦଳ ।

ବିଜେପିର ଏହି ନୂତନ ପ୍ରୟାସ ହେଉଛି ‘ଟିଫିନ ବୈଠକ’ । ତେବେ ପ୍ରଥମ ଟିଫିନ ବୈଠକର ଶୁଭାରମ୍ଭ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହି ଅଭିଯାନର ପ୍ରଥମ ବୈଠକ ଜୁନ୍‌ ୩ରୁ ଆଗ୍ରାରେ ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ଦଳ ତରଫରୁ ଏଭଳି ଟିଫିନ ବୈଠକ କରିବାକୁ ବିଜେପି ତରଫରୁ ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ