Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ନିଟ’ ପରେ ଏବେ ଝାଡ଼ଖଣ୍ଡ ସରକାରୀ ଚାକିରି ପରୀକ୍ଷାରେ ବଡ଼ ଅବ୍ୟବସ୍ଥା! ୭୫% ପ୍ରାର୍ଥୀ ଦେଇପାରିଲେନି ପରୀକ୍ଷା

ଝାଡ଼ଖଣ୍ଡ: ଜାତୀୟ ସ୍ତରରେ ମେଡିକାଲ ପରୀକ୍ଷା ‘ନିଟ’ ପେପର ଲିକ ମାମଲାକୁ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ବିରାଟ ଆନ୍ଦୋଳନ ଚାଲିଥିବା ବେଳେ ପୁଣି ଏକ ପରୀକ୍ଷାରେ ଅନିୟମିତତା ହୋଇଥିବା ଘଟଣା ସାମ୍ନାକୁ ଆସିଛି | ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (JSSC) ପକ୍ଷରୁ ଆୟୋଜିତ ଫିଲ୍ଡ ୱାର୍କର ନିଯୁକ୍ତି ପରୀକ୍ଷାକୁ ନେଇ ବଡ଼ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାୟ ୭୫ ପ୍ରତିଶତ ପ୍ରାର୍ଥୀ ପରୀକ୍ଷା ଦେଇପାରି ନାହାନ୍ତି। ପରୀକ୍ଷା କେନ୍ଦ୍ର ଘରଠାରୁ ବହୁ ଦୂରରେ ଥିବା ଏବଂ ଆଡମିଟ୍ କାର୍ଡ ସମ୍ବନ୍ଧୀୟ ଇ-ମେଲ୍ ସୂଚନା ବିଳମ୍ବରେ ମିଳିଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରାର୍ଥୀମାନେ।

ଗତ ଜୁଲାଇ ୧୯ ତାରିଖରେ ୫୧୦ଟି ଫିଲ୍ଡ ୱାର୍କର ପଦବୀ ପାଇଁ ଏହି ପରୀକ୍ଷା ଆୟୋଜନ କରାଯାଇଥିଲା। ୨୦୨୪ରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାୟ ଦୁଇ ବର୍ଷ ପରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ୩ ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ।

ଅନେକ ପ୍ରାର୍ଥୀଙ୍କ କହିବା ଅନୁସାରେ, ଆଡମିଟ୍ କାର୍ଡ ସମ୍ବନ୍ଧୀୟ ଇ-ମେଲ୍ ବିଳମ୍ବରେ ଆସିବା ସହ ପରୀକ୍ଷା କେନ୍ଦ୍ର ଶହ ଶହ କିଲୋମିଟର ଦୂରରେ ଆବଣ୍ଟନ କରାଯାଇଥିଲା। ଫଳରେ ଅନେକେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରି ନଥିଲେ। ଏହାକୁ ନେଇ ପ୍ରାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ପରୀକ୍ଷା ପ୍ରକ୍ରିୟାରେ ହୋଇଥିବା ଅବ୍ୟବସ୍ଥାର ତଦନ୍ତ ଓ ଉଚିତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ