Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୱରରେ ପୀଡ଼ିତ ଅଭିଜିତ ଦିପକେ, ଓହରିବେକି ଆନ୍ଦୋଳନରୁ?

ନୂଆଦିଲ୍ଲୀ: ଜାତୀୟ ସ୍ତରରେ ମେଡିକାଲ ପରୀକ୍ଷା ‘ନିଟ’ରେ ପ୍ରଶ୍ନପତ୍ର ଲିକ ମାମଲାରେ କକ୍ରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦିପକେଙ୍କ ନେତୃତ୍ୱରେ ଗତ ୨୦ ତାରିଖରୁ ଛାତ୍ର ଛାତ୍ରୀ ପ୍ରତିବାଦ କରି ଆସୁଛନ୍ତି | ପ୍ରତିବାଦ ସମୟରେ ତୀବ୍ର ଉତ୍ତେଜନା ହୋଇଥିଲା | ଛାତ୍ର ଛାତ୍ରୀଙ୍କ ଉପରକୁ ପୋଲିସ ନିର୍ମମତାର ସହିତ ଲାଠିଚାର୍ଜ ଅଭିଯୋଗ ଆସିଥିବା ବେଳେ ଅନ୍ୟପଟେ ପୋଲିସଙ୍କ ଉପରକୁ ଛାତ୍ରଛାତ୍ରୀ ଟେକ ଏବଂ ପଥର ଫୋପାଡ଼ି ଥିବା ଅଭିଯୋଗ ପୋଲିସ ଆଣିଛି | କିନ୍ତୁ ଏହି ସମୟରେ ଆନ୍ଦୋଳନ କରୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି | ନେତୃତ୍ୱ ନେଉଥିବା ଅଭିଜିତ ଦିପକେ ବର୍ତ୍ତମାନ ଅସୁସ୍ଥ ଅଛନ୍ତି | ଏନେଇ ସେ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି | ପୋଷ୍ଟରେ ସେ କହିଛନ୍ତି ଯେ, ଗତ କିଛି ଦିନ ହେଲା ତାଙ୍କୁ ଜ୍ୱର ଓ ପ୍ରବଳ ଶରୀରବ୍ୟଥା ହୋଇଛି। ତଥାପି ପେନ୍‌କିଲର ଔଷଧ ଖାଇ ସେ ଆନ୍ଦୋଳନରେ ସାମିଲ ହୋଇଆସୁଥିଲେ।

ଅସୁସ୍ଥତା କାରଣରୁ ଗୁରୁବାର ସେ ଜନ୍ତର ମନ୍ତରରେ ଚାଲିଥିବା ବିକ୍ଷୋଭ ସ୍ଥଳରେ ଉପସ୍ଥିତ ରହିପାରିବେ ନାହିଁ ବୋଲି କ୍ଷମା ପ୍ରାର୍ଥନା କରିଛନ୍ତି। କିଛି ଘଣ୍ଟା ବିଶ୍ରାମ ନେଇ ସୁସ୍ଥ ହେବା ପରେ ସନ୍ଧ୍ୟା ସୁଦ୍ଧା ପୁଣି ଆନ୍ଦୋଳନ ସ୍ଥଳକୁ ଫେରିବେ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ତାଙ୍କ ଏହି ପୋଷ୍ଟ ପରେ ସମର୍ଥକମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ଅଭିଜିତ ଦିପକେଙ୍କ ଅସୁସ୍ଥତାକୁ ନେଇ ଆନ୍ଦୋଳନ ବନ୍ଦ ହେବ କି ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ, ତାଙ୍କ ପୋଷ୍ଟରୁ ସ୍ପଷ୍ଟ ହୋଇଛି ଯେ, ସେ କେବଳ ସ୍ୱାସ୍ଥ୍ୟଗତ କାରଣରୁ କିଛି ସମୟ ପାଇଁ ବିରତି ନେଇଛନ୍ତି। ସନ୍ଧ୍ୟାରେ ପୁଣି ଆନ୍ଦୋଳନ ସ୍ଥଳକୁ ଫେରିବା ନେଇ ସୂଚନା ଦେଇଛନ୍ତି କିନ୍ତୁ ଆନ୍ଦୋଳନ ବନ୍ଦ କରିବା ନେଇ ସେ କୌଣସି ଘୋଷଣା କରିନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories