Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଜରାଟରେ ପ୍ରବଳ ବର୍ଷାର ତାଣ୍ଡବ; ପାର୍କିଂରେ ବୁଡ଼ିଗଲା ୫୦ରୁ ଅଧିକ କାର୍, ବଲସାଡରେ ରେଡ୍ ଆଲର୍ଟ

ଗୁଜରାଟ: ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦକ୍ଷିଣ ଗୁଜରାଟର ବଲସାଡ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବଲସାଡର ଭାପି ସହରର ଏକ ବହୁତଳ କୋଠାର ପାର୍କିଂରେ ୫୦ରୁ ଅଧିକ କାର୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି।

ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC)ର ସୂଚନା ଅନୁସାରେ, ବଲସାଡ ଜିଲ୍ଲାର ଉମ୍ବରଗାଓଁ ଅଞ୍ଚଳରେ ଗୁରୁବାର ସକାଳ ପର୍ଯ୍ୟନ୍ତ ମାତ୍ର ୧୬ ଘଣ୍ଟାରେ ୧,୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାଛଡ଼ା ଜିଲ୍ଲାର ଅନ୍ୟାନ୍ୟ ତାଲୁକାରେ ମଧ୍ୟ ୬୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଔରଙ୍ଗା, ପାର୍ ଓ ଦମନଗଙ୍ଗା ନଦୀରେ ବନ୍ୟା ଆସିବାରୁ ବ୍ୟାପକ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ସୁରଟ ସହରର ତଳିଆ ଅଞ୍ଚଳରୁ ୨,୨୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ (IMD) ବଲସାଡ, ନବସାରୀ, ଡାଙ୍ଗ, ସୁରଟ ଓ ତାପି ଜିଲ୍ଲା ପାଇଁ ଗୁରୁବାର ଓ ଶୁକ୍ରବାର ରେଡ୍ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ମନ୍ତ୍ରୀମାନଙ୍କୁ ପଠାଇ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories