Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଓବିସି-ଏସ୍ ଟି -ଏସ୍ ସି ମିଳିତ ମହାସଂଘ

କଳାହାଣ୍ଡି: ଆଜି ଓବିସି-ଏସ୍ ଟି-ଏସ୍ ସି ମିଳିତ ମହାସଂଘ କଳାହାଣ୍ଡି ତରଫରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯିବା ସହ ଓ ସଂଗଠନ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଆଠ ଦଫା ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ଦାବି ମଧ୍ୟରେ ପ୍ରମୁଖ ଭାବେ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ତଥା ସରକାରୀ ନିଯୁକ୍ତିରେ OBC-ST-SC ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣ ପ୍ରଦାନ, ତୃତୀୟ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ତଥା ପ୍ରାଥମିକ ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ ଚୟନ କରିବା, ଶିକ୍ଷାର ଘରୋଇକରଣକୁ ବନ୍ଦ କରିବା, CT, BEd ଓ ବିଶ୍ୱ ବିଦ୍ୟାଳୟ ନାମ ଲେଖାରେ ଜିଲ୍ଲାର 90% ଛାତ୍ର ଛାତ୍ରୀ ପାଇଁ ସ୍ଥାନ ସଂରକ୍ଷଣ କରିବା, +2 ଓ +3 ନାମ ଲେଖାରେ ସମ୍ପୃକ୍ତ କଲେଜ ଅଂଚଳର ଛାତ୍ର ଛାତ୍ରୀ ପାଇଁ 90% ସ୍ଥାନ ସଂରକ୍ଷଣ କରିବା, ପ୍ରତିବର୍ଷ ଏହିବର୍ଗର 100 ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପ୍ରଶାସନିକ ପରୀକ୍ଷା ପାଇଁ ମାଗଣାରେ କୋଚିଂ ବ୍ୟବସ୍ଥା କରିବା. ପ୍ରତିବର୍ଷ ଏହିବର୍ଗର 100 ଛାତ୍ର ଛାତ୍ରୀଙ୍କୁ ବିଦେଶରେ ପାଠ ପଢିବାକୁ ସାହାଯ୍ୟ ଦେବା ଆଦି ଦାବି କରାଯାଇଥିଲା ।

ପ୍ରାରମ୍ଭରେ କର୍ମକର୍ତା ମାନେ ଚାରିଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକ ପାଖରେ ଗଣ ଧାରଣା ଦେଇଥିଲେ । ମହାସଂଘର ଆବାହକ ଡମ୍ବରୁଧର ଲହଜଲଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିବା ଏହି ଗଣଧାରଣାରେ ଜୁନାଗଡ଼ ପି ଆଇ କଲେଜର ପୂର୍ବତନ ଅଧ୍ୟପକ ଅରୂପାନନ୍ଦ ନାଗ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ଚପରିଆ ସରପଞ୍ଚ ପ୍ରତିନିଧି ନରହରି ବାଗ, ଜୟନ୍ତପୁର ସମିତିସଭ୍ୟ ଥବୀର ନାଗ, ଯୁବ ନେତା ରତନ ନାଏକ, ଡାକେଶ୍ୱର ଲହଜଲ, ସେତୁରାମ ବୋଡ଼କିଆ, ଡମ୍ବରୁ ନାଏକ, ପଦ୍ମବନ ବିଶି, ପଦ୍ମମୁଖ ବେମାଲ, ସୁଧୀର ଗୋପାଳ, ନିରାକାର ଗୋପାଳ,ଆଦିତ୍ୟ ହଂସ, ପରମାନନ୍ଦ ନାଏକ, ଜୀବଶଙ୍କର ନାଏକ, ତୁଳସୀ ଗୋପାଳ, ଗୋବର୍ଧନ ଶବର, ଉପେନ୍ଦ୍ର ଗୋପାଳ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ଼ର ସଭାପତି ବିରଞ୍ଚି ଜାଲ, ଜିଲ୍ଲା ମହାସଚିବ ସୂର୍ଯ୍ୟନାରାୟଣ କୁମାର, ଭୀମ ଆର୍ମୀ ରାଜ୍ୟ ଉପ-ସଭାପତି ଆଶିଷରଞ୍ଜନ ନାଏକ, ସଭାପତି ରଜନୀକାନ୍ତ ସମର୍ଲିଆ, ଅଜୟ ପୂଝାରୀ, ଶ୍ୟାମ ମାଝୀ, ବରିଷ୍ଠ ଓକିଲ ଦିଗାମ୍ବର ଦୁରିଆ, ଗଜିନ୍ଦ୍ର ନାଗ, ପ୍ରଧାନୀ ବାଗ, ମାଧବ ସୁନାନୀ, ବେଣୁଧର ଦୁର୍ଗା, କୁଞ୍ଜବିହାରୀ ସୋରି ଆଦି ଶତାଧିକ କର୍ମୀ ଏହି ଗଣଧାରଣାରେ ଅଂଶ ଗ୍ରହଣ କରିଥିଲେ । ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା । ଚଳିତ ଶିକ୍ଷା ବର୍ଷରେ ଉକ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ