Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତି ୧୨ଟାରେ କାହିଁକି ଦେଶକୁ ସମ୍ବୋଧନ କଲେ ମୋଦୀ? ଟାର୍ଗେଟ୍ ଥିଲେ କି Gen Z?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣତଃ ବଡ଼ ଘୋଷଣା କିମ୍ବା ଦେଶକୁ ସମ୍ବୋଧନ ଦିନ କିମ୍ବା ସନ୍ଧ୍ୟା ସମୟରେ କରିଥାନ୍ତି। କିନ୍ତୁ NEET ପ୍ରଶ୍ନପତ୍ର ଲିକ୍ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ ସେ ପ୍ରାୟ ରାତି ୧୨ଟା ବେଳେ ଭିଡିଓ ବାର୍ତ୍ତା ଜାରି କରି ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ କଠୋର ଆଇନର ଘୋଷଣା କଲେ। ଏହି ଅସାଧାରଣ ସମୟକୁ ନେଇ ଏବେ ରାଜନୈତିକ ଓ ସୋସିଆଲ୍ ମିଡିଆ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏକ ମତ ହେଉଛି, ସରକାର ବୁଝି ସାରିଥିଲେ ଯେ ଏହି ଆନ୍ଦୋଳନ କେବଳ ରାସ୍ତାରେ ସୀମିତ ନୁହେଁ। ଇନ୍‌ଷ୍ଟାଗ୍ରାମ, ୟୁଟ୍ୟୁବ୍, ଏକ୍ସ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆରେ ଏହା ଦ୍ରୁତ ଗତିରେ ଯୁବପିଢ଼ିଙ୍କ ମଧ୍ୟରେ ପହଞ୍ଚୁଥିଲା। ବିଶେଷକରି Gen Z ଦର୍ଶକମାନେ ରାତି ବେଳେ ସୋସିଆଲ୍ ମିଡିଆରେ ଅଧିକ ସକ୍ରିୟ ଥାନ୍ତି। ସେହିପରିସ୍ଥିତିରେ ରାତିରେ ବାର୍ତ୍ତା ଦେବା ଏକ ଡିଜିଟାଲ୍ କମ୍ୟୁନିକେସନ୍ ଷ୍ଟ୍ରାଟେଜି ହୋଇଥାଇପାରେ ବୋଲି କିଛି ବିଶ୍ଳେଷକ ମତ ଦେଉଛନ୍ତି।

ଅନ୍ୟପଟେ, ଏହାର ଆଉ ଏକ ବ୍ୟାଖ୍ୟା ମଧ୍ୟ ରହିଛି। ଲଗାତାର ବିରୋଧ, ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ସହ ସଂଘର୍ଷ ଏବଂ ସୋସିଆଲ୍ ମିଡିଆରେ ସରକାର ବିରୋଧୀ ଚର୍ଚ୍ଚା ବଢ଼ୁଥିବା ବେଳେ ତୁରନ୍ତ ସରକାରଙ୍କ ପକ୍ଷ ଲୋକଙ୍କ ପାଖକୁ ପହଞ୍ଚାଇବା ଆବଶ୍ୟକ ବୋଲି ଭାବାଯାଇଥାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ