Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସହ ଆଲୋଚନା ପୂର୍ବରୁ ଅଭିଜିତଙ୍କ ସ୍ପଷ୍ଟ ବାର୍ତ୍ତା; ‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା ଆନ୍ଦୋଳନ ବନ୍ଦ ହେବ ନାହିଁ’

ନୂଆଦିଲ୍ଲୀ: NEET ପେପର୍ ଲିକ୍‌ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ସହ ହେବାକୁ ଥିବା ଆଲୋଚନା ପୂର୍ବରୁ କକ୍ରୋଚ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିଜ ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। “ସରକାର ଯଦି ଏହି ଆନ୍ଦୋଳନର ସମାଧାନ ଚାହୁଁଛନ୍ତି, ତେବେ ଏକମାତ୍ର ଉପାୟ ହେଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। ଇସ୍ତଫା ବ୍ୟତୀତ ଆମେ କୌଣସି ସମାଧାନ ଗ୍ରହଣ କରିବୁ ନାହିଁ,” ବୋଲି ଅଭିଜିତ କହିଛନ୍ତି।

ସୋନମ ୱାଙ୍ଗଚୁକ ସରକାରଙ୍କ ଆଶ୍ୱାସନା ପରେ ୨୬ ଦିନର ଅନଶନ ଶେଷ କରିଥିଲେ ମଧ୍ୟ, ଯଦି ସେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହନ୍ତି ତେବେ କଣ କରିବେ ବୋଲି ପଚରାଯିବାରୁ ଅଭିଜିତ ସ୍ପଷ୍ଟ ଭାବେ ଏହାକୁ ନାକଚ କରିଥିଲେ। ତାଙ୍କ କହିବା ଅନୁସାରେ, ଏହି ଆନ୍ଦୋଳନ ଆଉ କେବଳ ସୋନମ ୱାଙ୍ଗଚୁକ କିମ୍ବା ତାଙ୍କ ବ୍ୟକ୍ତିଗତ ଆନ୍ଦୋଳନ ନୁହେଁ, ବରଂ ସମଗ୍ର ଦେଶର ଯୁବପିଢ଼ିର ଆନ୍ଦୋଳନରେ ପରିଣତ ହୋଇଛି। ସେହିକାରଣରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଛି ଏବଂ ଇସ୍ତଫା ବ୍ୟତୀତ ଅନ୍ୟ କୌଣସି ପ୍ରସ୍ତାବ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ଆଜି କେନ୍ଦ୍ର ସରକାର ଓ CJP ନେତୃତ୍ୱଙ୍କ ମଧ୍ୟରେ ଭାରତୀୟ ସଂବିଧାନ କ୍ଲବରେ ଆଲୋଚନା ହେବାକୁ ଯାଉଛି। ପୂର୍ବରୁ ସରକାର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ବାସଭବନରେ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ CJP ନିରପେକ୍ଷ ସ୍ଥାନରେ ଆଲୋଚନା ଦାବି କରିଥିଲା। CJP ମୁଖପାତ୍ର ସୌରଭ ଦାସ କହିଛନ୍ତି, ସରକାର ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ରାଜି ହୋଇଥିବାରୁ ସେମାନେ ସନ୍ତୁଷ୍ଟ। ତେବେ ସରକାର ଖୋଲା ମନରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ଦାବି ଶୁଣିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories