Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଜେପି ସହ ବୈଠକ ପରେ ନଡ୍ଡାଙ୍କ ସୂଚନା; ‘୩ଟି ଦାବି ଓ ୫ଟି ପ୍ରସ୍ତାବ ମିଳିଛି, କାଲି ପୁଣି ହେବ ଆଲୋଚନା’

ନୂଆଦିଲ୍ଲୀ: ନିଟ୍ (NEET) ପେପର ଲିକ୍ ବିବାଦକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଶୁକ୍ରବାର କେନ୍ଦ୍ର ସରକାର ଏବଂ କକରୋଚ ଜନତା ପାର୍ଟି (CJP) ପ୍ରତିନିଧିମଣ୍ଡଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ବିଠ୍ଠଳ ପଟେଲ ହାଉସରେ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ସିଜେପି ପ୍ରତିନିଧିଙ୍କ ସହ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ଓ ଛାତ୍ରଛାତ୍ରୀଙ୍କ ଦାବି ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକ ପରେ ଜେ. ପି. ନଡ୍ଡା କହିଛନ୍ତି ଯେ, ସିଜେପି ପ୍ରତିନିଧିମାନେ ସରକାରଙ୍କ ନିକଟରେ ୩ଟି ପ୍ରମୁଖ ଦାବି ଏବଂ ପରୀକ୍ଷା ବ୍ୟବସ୍ଥାର ସୁଧାର ପାଇଁ ୫ଟି ପ୍ରସ୍ତାବ ରଖିଛନ୍ତି। ସରକାର ସେହି ଦାବି ଓ ପ୍ରସ୍ତାବଗୁଡ଼ିକୁ ବିଚାର କରିବା ପରେ ଶନିବାର ପୁଣି ଥରେ ପ୍ରତିନିଧିମଣ୍ଡଳ ସହ ବୈଠକ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ବୈଠକରେ ସିଜେପି ପକ୍ଷରୁ ମୁଖ୍ୟ ପ୍ରବକ୍ତା ସୌରଭ ଦାସ ଏବଂ ଜାତୀୟ ପ୍ରବକ୍ତା ଆଶୁତୋଷ ରାଙ୍କା ଯୋଗ ଦେଇଥିଲେ।

ବୈଠକ ପୂର୍ବରୁ ସିଜେପି ସରକାରଙ୍କ ସମ୍ମୁଖରେ ଦୁଇଟି ସର୍ତ୍ତ ରଖିଥିଲା। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ କରିବା ଏବଂ ପେପର ଲିକ୍‌ରେ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦଳ ଦାବି କରିଥିଲା। ତେବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସଂଗଠନ ଏବେ ମଧ୍ୟ ଅଡ଼ି ରହିଛି। ଏପଟେ ୨୬ ଦିନ ଧରି ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସରକାରଙ୍କ ଲିଖିତ ଆଶ୍ୱାସନ ପାଇବା ପରେ ନିଜର ଅନଶନ ଶେଷ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories