ବେଲଗୁଣ୍ଠା ପୋଲିସକୁ ମିଳିଲା ସଫଳତା, ବିପୁଳ ପରିମାଣର ଗଞ୍ଜେଇ ଜବତ,


ବେଲଗୁଣ୍ଠା,02/06, ବିଭିନ୍ନ ପ୍ରକାର ଅପରାଧୀଙ୍କୁ ଦମନ କରିବାରେ ବେଲଗୁଣ୍ଠା ପୋଲିସ୍ ର ବାରମ୍ବାର ସଫଳତା ହାସଲ ଅପରାଧୀଙ୍କ ମହଲରେ ଆତଙ୍କ ସୃଷ୍ଟି କରିଛି I ମାତ୍ର ଦୁଇ ତିନି ଦିନର ବ୍ୟବଧାନ ମଧ୍ୟରେ ବେଲଗୁଣ୍ଠା ପୋଲିସ୍ ଏକ ଜୁଆ ଆଡ୍ଡା ସମେତ ଦୁଇ ଗଞ୍ଜେଇ ଚୋରାଚାଲାଣକୁ ରୋକିବାରେ ସକ୍ଷମ ହୋଇଛି I ଗତ ମଙ୍ଗଳବାର ଦିନ ବେଲଗୁଣ୍ଠା ପୋଲିସ୍ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ସେଠାରୁ ନଗଦ 22,430 ଟଙ୍କା ସହ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ବୁଧବାର ଏକ ବାଇକ୍ ରୁ 21.035 ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା I ପୁଣି ଗତକାଲି ସନ୍ଧ୍ୟାରେ ବେଲଗୁଣ୍ଠା ପୋଲିସ୍ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଗୋଟିଏ କାର୍ ମଧ୍ୟ ଜବତ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଓଆର୍05ଏଏଲ୍ 0876 ନମ୍ବର୍ ବିଶିଷ୍ଟ ଏକ ମାରୂତୀ ଜେନ୍ ଏଷ୍ଟିଲୋ କାର୍ ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ମିଳିବା ପରେ ପୋଲିସ୍ କାର୍ ଟିକୁ ଜବତ କରି ସେଥିରୁ ସାତ ବସ୍ତା ଗଞ୍ଜେଇ ଜବତ କରିଥିଲା I ଏହି ଗଞ୍ଜେଇର ଓଜନ 108 କିଲୋଗ୍ରାମ୍ ହୋଇଥିବା ବେଳେ ଏହା ରାଇକିଆରୁ କଟକକୁ ଚାଲାଣ ହେଉଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I ତେବେ ଗଞ୍ଜେଇ ଚାଲାଣ କରୁ୍ଥିବା ଅଭିଯୁକ୍ତ ଫେରାର୍ ହେବାରେ ସକ୍ଷମ ହୋଇଥିବା ବେଳେ ଖୁବ୍ ଶୀଘ୍ର ଆସାମୀଙ୍କୁ ଗିରଫ କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ଏନେଇ ବେଲଗୁଣ୍ଠା ଥାନାରେ 235/23 ରେ ଏକ ମାମଲା ରୁଜୁ କରାଯାଇଛି I ଆଗାମୀ ଦିନରେ ଅପରାଧୀଙ୍କୁ ଦମନ କରିବା ପାଇଁ ବେଲଗୁଣ୍ଠା ପୋଲିସ୍ ଆହୁରି କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I