Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ ପଦକ୍ଷେପ; ଦିଲ୍ଲୀ ପୋଲିସ ଗଠନ କଲା ସ୍ୱତନ୍ତ୍ର ଟାସ୍କଫୋର୍ସ, ଏନଟିଏର ୪୭ ଅଧିକାରୀ ବରଖାସ୍ତ

ନୂଆଦିଲ୍ଲୀ: ନିଟ୍ (NEET-UG) ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସୁରକ୍ଷା ଆଣିବାକୁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ (STF) ଗଠନ କରାଯାଇଛି। ଏହି ଟାସ୍କଫୋର୍ସ କେବଳ ନିଟ୍ ନୁହେଁ, ବରଂ NTA, UPSC, SSC, RRB, IBPSସମେତ ଦେଶର ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର୍ ଲିକ୍ କିମ୍ବା ଅନ୍ୟ କୌଣସି ସଂଗଠିତ ଅପରାଧର ତଦନ୍ତ କରିବ। କ୍ରାଇମ୍‌ବ୍ରାଞ୍ଚର ଡିସିପି ଏହାର ନେତୃତ୍ୱ ନେବେ ଏବଂ ସ୍ପେଶାଲ୍ ସିପି ଏହାର ତଦାରଖ କରିବେ।

ସେହିପରି ନିଟ୍ ପେପର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । NTAର ୪୭ ଅଧିକାରୀ ବରଖାସ୍ତ କରାଯାଇଛି । ଅଧିକାରୀଙ୍କ ବିରୁଦ୍ଧରେ କଠୋର କଠୋର କାର୍ଯ୍ୟ।ନୁଷ୍ଠାନ ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି । ଏହାର ଦିନକୁ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀଙ୍କୁ ହଟାଇ ପଞ୍ଚାୟତି ରାଜ ମନ୍ତ୍ରଣାଳୟକୁ ବଦଳି କରାଯାଇଥିଲା। ପରୀକ୍ଷା ପରିଚାଳନାରେ ଅବହେଳା, ଅନିୟମିତତା ଏବଂ ସୁରକ୍ଷା ବ୍ୟବସ୍ଥାର ତ୍ରୁଟିକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଉଛି।

ଅନ୍ୟପଟେ, ସରକାର ଏନଟିଏର କାର୍ଯ୍ୟପ୍ରଣାଳୀରେ ବ୍ୟାପକ ସଂସ୍କାର ଆଣିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ସୂତ୍ର ଅନୁସାରେ, ଆସନ୍ତା ଏକ ମାସ ମଧ୍ୟରେ ଏନଟିଏର ପୁନର୍ଗଠନ କରାଯାଇପାରେ। ପ୍ରଶାସନିକ ଢାଞ୍ଚା, ପରୀକ୍ଷା ପରିଚାଳନା ପ୍ରଣାଳୀ ଏବଂ ଆଉଟସୋର୍ସିଂ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯିବ। ବିଶେଷଜ୍ଞ କମିଟିର ସୁପାରିଶ ଆଧାରରେ ନୂତନ ବ୍ୟବସ୍ଥା ଲାଗୁ କରାଯିବ, ଯାହାଦ୍ୱାରା ଭବିଷ୍ୟତରେ ପେପର୍ ଲିକ୍ ଭଳି ଘଟଣାକୁ ରୋକିବା ସହ ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକୁ ସୁଦୃଢ଼ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ