Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଆଜିର ଯୁବପିଢ଼ିଙ୍କୁ ନିର୍ଦ୍ଦେଶ ନୁହେଁ ବରଂ ତାଙ୍କ ସହ ଆଲୋଚନା ଦରକାର ’: ପ୍ରତିବାଦକୁ ନେଇ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଜାରି ଥିବାବେଳେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ସେ କହିଛନ୍ତି, ଆଜିର ଯୁବପିଢ଼ିଙ୍କୁ ନିର୍ଦ୍ଦେଶ ଦେଇ ନୁହେଁ, ବରଂ ଆଲୋଚନା ଓ ବୁଝାଇବା ମାଧ୍ୟମରେ ବିଶ୍ୱାସ ଜିତିବା ଆବଶ୍ୟକ। ‘ବିଶ୍ୱ ମଙ୍ଗଳ୍ୟ ସଭା’ କାର୍ଯ୍ୟକ୍ରମରେ ସେ କହିଥିଲେ, ବର୍ତ୍ତମାନର ପିଢ଼ି ପ୍ରଶ୍ନ କରୁଛନ୍ତି, ତେଣୁ ସେମାନଙ୍କୁ ସ୍ନେହ ଓ ଯୁକ୍ତିସଙ୍ଗତ ବ୍ୟାଖ୍ୟା ଦେବା ଦରକାର।

ମୋହନ ଭାଗବତ କହିଥିଲେ, ପୂର୍ବ ପିଢ଼ିରେ ନିର୍ଦ୍ଦେଶ ମାନିବାର ସଂସ୍କୃତି ଥିଲା, କିନ୍ତୁ ଏବେର ପିଢ଼ି ସବୁ କଥାର କାରଣ ଜାଣିବାକୁ ଚାହୁଁଛି। ସେଥିପାଇଁ ପରିବାର ଓ ସମାଜରେ ଆଲୋଚନାର ପରିବେଶ ସୃଷ୍ଟି କରିବା ସହ ଯୁବପିଢ଼ିଙ୍କ ସହ ଅଧିକ ସମୟ ବିତାଇବା ଆବଶ୍ୟକ। “ନିର୍ଦ୍ଦେଶ ନୁହେଁ, ଆଲୋଚନା; ଆଦେଶ ନୁହେଁ, ସହମତି” ମାଧ୍ୟମରେ ହିଁ ସେମାନଙ୍କ ବିଶ୍ୱାସ ଜିତିହେବ ବୋଲି ସେ କହିଛନ୍ତି ।

ଯଦିଓ ମୋହନ ଭାଗବତ ଚାଲିଥିବା ଛାତ୍ର ଆନ୍ଦୋଳନର ନାଁ ସିଧାସଳଖ ଉଲ୍ଲେଖ କରିନଥିଲେ, କିନ୍ତୁ ତାଙ୍କ ବକ୍ତବ୍ୟକୁ ବର୍ତ୍ତମାନ ପରିସ୍ଥିତିକୁ ନେଇ ଏଭଳି ମତ ପ୍ରକାଶ କରିଥିବା ଅନୁମାନ କରାଯାଉଛି | ଏପଟେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକାରୀମାନେ ଅଡ଼ି ରହିଥିବାବେଳେ ସରକାର ଏହାକୁ ଖାରଜ କରିଛନ୍ତି। ଏବଂ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କଠୋର ଆଇନ, ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଭଳି ପଦକ୍ଷେପ ଘୋଷଣା କରିଛନ୍ତି | ଏବେ ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନାକୁ ନେଇ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories