Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ: ଅଧ୍ୟାପକଙ୍କୁ ଜୋତାମାଳ ପିନ୍ଧାଇ କଲେଜ ପରିସରରେ ବୁଲାଇଲେ ଛାତ୍ରଛାତ୍ରୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାସ୍ଥିତ ଗୋବରଡାଙ୍ଗା ହିନ୍ଦୁ କଲେଜରେ ଜଣେ ଅତିଥି ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଓ ଅନୁଚିତ ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ପରେ କିଛି ଛାତ୍ରଛାତ୍ରୀ ଅଧ୍ୟାପକ ସନ୍ଦୀପ ଦତ୍ତଙ୍କୁ କଲେଜ ପରିସରରେ ଜୋତାମାଳ ପିନ୍ଧାଇ ବୁଲାଇବା ସହ ଅଣ୍ଡା ଫିଙ୍ଗିଥିବା ଓ ଝାଡୁରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ପୁଲିସ ହାତରେ ହସ୍ତାନ୍ତର କରାଯାଇଥିଲା।

ଅଭିଯୋଗକାରୀ ଛାତ୍ରୀଙ୍କ କହିବା ଅନୁସାରେ, ଅଧ୍ୟାପକ ତାଙ୍କୁ ନିଜ ଘରେ ମାଗଣାରେ ଏକୁଟିଆ ଟ୍ୟୁସନ୍ ପଢ଼ିବାକୁ ପ୍ରସ୍ତାବ ଦେବା ସହ “ଭଲ ସମ୍ପର୍କ” ଗଢ଼ିବା କଥା କହିଥିଲେ। ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ପରୀକ୍ଷାରେ ଫେଲ୍ କରିଦେବାକୁ ଧମକ ଦେଇଥିବା ମଧ୍ୟ ଛାତ୍ରୀ ଅଭିଯୋଗ କରିଛନ୍ତି। ପରେ ସେ ଏହି ଘଟଣା ସମ୍ପର୍କରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଜଣାଇବା ସହ ପୁଲିସରେ ଅଭିଯୋଗ କରିଥିଲେ।

ଘଟଣା ପରେ ଗୋବରଡାଙ୍ଗା ଥାନାରେ ମାମଲା ରୁଜୁ ହେବା ସହ ପୁଲିସ ଅଧ୍ୟାପକ ସନ୍ଦୀପ ଦତ୍ତଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ତାଙ୍କୁ ଛାତ୍ରଛାତ୍ରୀଙ୍କ ଘେରାଉ ମଧ୍ୟରେ କଲେଜ ପରିସରରେ ବୁଲାଯାଉଥିବା ଦେଖିବାକୁ ମିଳିଛି। ଏପଟେ ପୁଲିସ ଯୌନ ଉତ୍ପୀଡ଼ନ ଅଭିଯୋଗ ସହ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ମଧ୍ୟ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories