Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪୪ ବର୍ଷରୁ ଆରମ୍ଭ ହୁଏ ପ୍ରକୃତ ଜୀବନ! ଓପ୍ରା ୱିନଫ୍ରେଙ୍କ କଥାରେ ସହମତି ଜଣାଇଲେ ତ୍ରିଶା କୃଷ୍ଣନ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତ୍ରିଶା କୃଷ୍ଣନ ନିକଟରେ ବୟସ ଓ ଆତ୍ମବିକାଶକୁ ନେଇ ମିଡିଆ ଆଇକନ୍ ଓପ୍ରା ୱିନଫ୍ରେଙ୍କ ଏକ ଭିଡିଓ ନିଜ Instagram ଷ୍ଟୋରିରେ ସେୟାର କରିଛନ୍ତି। ଚଳିତ ବର୍ଷ ମେ’ ୪ରେ ୪୩ ବର୍ଷ ବୟସରେ ପଦାର୍ପଣ କରିଥିବା ତ୍ରିଶା ଏହି ଭିଡିଓ ସେୟାର କରି କେବଳ “Amen” ଲେଖିଛନ୍ତି। ଏଥିରୁ ସେ ଓପ୍ରାଙ୍କ “୪୪ ବର୍ଷରୁ ପ୍ରକୃତ ଜୀବନ ଆରମ୍ଭ ହୁଏ” ବୋଲି ମତ ସହ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।

Keke Palmerଙ୍କ ପଡ୍‌କାଷ୍ଟରେ ଓପ୍ରା ୱିନଫ୍ରେ କହିଥିଲେ ଯେ, ସେ ଯଦି ପୁଣି କୌଣସି ବୟସକୁ ଫେରିବାର ସୁଯୋଗ ପାଆନ୍ତି, ତେବେ ୩୦ ନୁହେଁ ବରଂ ୪୪ ବର୍ଷକୁ ବାଛିବେ। ତାଙ୍କ କହିବା ଅନୁଯାୟୀ, ୪୪ ବର୍ଷ ବୟସରେ ସେ ନିଜର ପ୍ରକୃତ ପରିଚୟ ଓ ଉଦ୍ଦେଶ୍ୟକୁ ଅନୁଭବ କରିଥିଲେ ଏବଂ ଅନ୍ୟମାନଙ୍କୁ ଖୁସି କରିବା ପରିବର୍ତ୍ତେ ନିଜ ଲକ୍ଷ୍ୟ ଓ ଜୀବନ ପାଇଁ କାମ କରିବା ଆରମ୍ଭ କରିଥିଲେ।

ତ୍ରିଶାଙ୍କ ଏହି ପୋଷ୍ଟ ତାଙ୍କ ୪୩ତମ ଜନ୍ମଦିନର କିଛି ମାସ ପରେ ସାମ୍ନାକୁ ଆସିଛି। ଏହି ବର୍ଷ ତାଙ୍କ ଜନ୍ମଦିନ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ଦିନ ସହ ମିଶିଯାଇଥିଲା। ସେହିଦିନ ଅଭିନେତା ବିଜୟଙ୍କ ଚେନ୍ନାଇ ସ୍ଥିତ ବାସଭବନକୁ ତ୍ରିଶାଙ୍କ ଯିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ