Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେକର୍ଡ ସ୍ତରରୁ ୩୭ ହଜାର ଟଙ୍କା ଶସ୍ତା ହେଲା ସୁନା; ଏବେ କିଣିବାର ଠିକ ସମୟ କି?

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା। ସେତେବେଳେ ଭାରତରେ ପ୍ରତି ୧୦ ଗ୍ରାମ ସୁନାର ଦାମ ପ୍ରାୟ ୧.୮୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ୧.୪୩ ଲକ୍ଷ ଟଙ୍କାକୁ ଖସିଆସିଛି। ଅର୍ଥାତ୍ ସର୍ବୋଚ୍ଚ ଦାମଠାରୁ ପ୍ରାୟ ୩୭ ହଜାର ଟଙ୍କା କମିଛି। ଏହାପରେ ଅନେକଙ୍କ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠୁଛି—ଏବେ ସୁନା କିଣିବା ଉଚିତ୍ କି, ନା ଆଗକୁ ଦର ଆହୁରି କମିପାରେ?

ତେବେ ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଶ୍ୱସ୍ତରରେ ଅର୍ଥନୈତିକ ଅନିଶ୍ଚିତତା ଏବଂ ଆମେରିକା ଫେଡେରାଲ୍ ରିଜର୍ଭର ସୁଧ ହାର ନୀତି ଯୋଗୁଁ ସୁନା ଦର ଉପରେ ଚାପ ରହିଛି। ସୁଧ ହାର ଅଧିକ ଥିବାବେଳେ ନିବେଶକମାନେ ଅନ୍ୟ କ୍ଷେତ୍ରରେ ଟଙ୍କା ଲଗାଇବାକୁ ଆଗ୍ରହ ଦେଖାନ୍ତି। ଏହାର ପ୍ରଭାବ ସୁନା ଦର ଉପରେ ପଡ଼ିଥାଏ। ସେଥିପାଇଁ ନିକଟ ଭବିଷ୍ୟତରେ ସୁନା ଦରରେ ବଡ଼ ବୃଦ୍ଧି ହେବାର ସମ୍ଭାବନା କମ୍ ବୋଲି ବଜାର ବିଶ୍ଳେଷକମାନେ କହୁଛନ୍ତି।

ତେବେ ଦୀର୍ଘ ସମୟର ନିବେଶ ପାଇଁ ସୁନା ଏବେ ମଧ୍ୟ ଏକ ଭଲ ବିକଳ୍ପ ବୋଲି ଧରାଯାଏ। ଗତ ୩୦ ବର୍ଷରେ ସୁନା ଭଲ ରିଟର୍ଣ୍ଣ ଦେଇଛି। ସେଥିପାଇଁ ବିଶେଷଜ୍ଞମାନେ ଏକାଥରେ ବହୁତ ଟଙ୍କା ନିବେଶ ନ କରି, ଧୀରେ ଧୀରେ କିମ୍ବା ପର୍ଯ୍ୟାୟକ୍ରମେ ସୁନା କିଣିବାକୁ ପରାମର୍ଶ ଦେଉଛନ୍ତି। ଏହାଦ୍ୱାରା ଦରର ଉତ୍ଥାନ-ପତନର ପ୍ରଭାବ କମ୍ ପଡ଼ିଥାଏ ଏବଂ ଦୀର୍ଘମିଆଦିରେ ଭଲ ଲାଭ ମିଳିବାର ସମ୍ଭାବନା ରହିଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories