ବାଲେଶ୍ବରରେ ଭୟଙ୍କର ଟ୍ରେନ ଦୁର୍ଘଟଣା; ୨୦ରୁ ଅଧିକ ଆହତ


ବାଲେଶ୍ବର: ବାଲେଶ୍ବରରେ ଭୟଙ୍କର ଟ୍ରେନ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଏବଂ ଏନଡିଆରଏଫର ଟିମ୍ ନିୟୋଜିତ ହୋଇଛନ୍ତି ।

ଘଟଣାସ୍ଥଳରେ ବାଲେଶ୍ୱର ଜିଲ୍ଲାପାଳ ଏବଂ ଏସପି ପହଞ୍ଚିଛନ୍ତି । ଏସଆରସିଙ୍କ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି । ଗୁରୁତର ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ପଟୁ ଟ୍ରେନ ଚଳାଚଳ ବନ୍ଦ ରହିଥିବା ଜଣାପଡ଼ିଛି। ତେବେ କରମଣ୍ଡଳ ଏକ୍ସପ୍ରେସ୍‌କୁ ଲୋକାଲ ଟ୍ରେନ୍‌ ଧକ୍କା ଦେଇଥିବା ସୂଚନା ମିଳିଛି।