Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ୫ ବର୍ଷର ଶିଶୁକୁ ନିର୍ଯାତନା! ଗରମ ଛୁରୀରେ ଗୁପ୍ତାଙ୍ଗ ପୋଡ଼ିଦେଇଥିବା ଅଭିଯୋଗ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାରାଣସୀରେ ଏକ ପ୍ଲେ-ସ୍କୁଲରେ ଘଟିଛି ହୃଦୟବିଦାରକ ଘଟଣା। ପାଞ୍ଚ ବର୍ଷର ଜଣେ ଶିଶୁ ପରିସ୍ରା କରିବାକୁ ଶୌଚାଳୟକୁ ଯିବା ପାଇଁ ଅନୁମତି ମାଗିଥିଲେ। ଅଭିଯୋଗ ଅନୁସାରେ, ଶିକ୍ଷୟିତ୍ରୀ ଅନୁମତି ନ ଦେବାରୁ ଶିଶୁଟି ପାଣ୍ଟରେ ପରିସ୍ରା କରିଦେଇଥିଲା। ଏହାପରେ ଶିକ୍ଷୟିତ୍ରୀ ତାଙ୍କୁ ନିର୍ଯାତନା ଦେବା ସହ ଗରମ ଛୁରୀରେ ତାଙ୍କ ଗୁପ୍ତାଙ୍ଗକୁ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଜୁଲାଇ ୨୪ ତାରିଖରେ ବାରାଣସୀର ‘ସେରିନ୍ ସୋନି ପ୍ଲେ ସ୍କୁଲ’ରେ ପଢ଼ୁଥିବା ଏହି ଶିଶୁଟି ଶୌଚାଳୟକୁ ଯିବାକୁ ଶିକ୍ଷୟିତ୍ରୀଙ୍କୁ ଅନୁମତି ମାଗିଥିଲା। ଅନୁମତି ନ ମିଳିବାରୁ ସେ ନିଜକୁ ନିୟନ୍ତ୍ରଣ କରିନପାରି ପାଣ୍ଟରେ ପରିସ୍ରା କରିଦେଇଥିଲା। ଏଥିରେ ରାଗିଯାଇ ଶିକ୍ଷୟିତ୍ରୀ ତାଙ୍କୁ ଅନ୍ୟ ଏକ କୋଠରୀକୁ ନେଇଯାଇ ଗ୍ୟାସ ଚୁଲାରେ ଛୁରୀ ଗରମ କରି ତାଙ୍କ ଗୁପ୍ତାଙ୍ଗରେ ପୋଡ଼ିଦେଇଥିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ସହ କାହାକୁ ଏହି ଘଟଣା ବିଷୟରେ ନ କହିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।

ଘରକୁ ଫେରିବା ପରେ ଶିଶୁଟି କାନ୍ଦି କାନ୍ଦି ସମସ୍ତ ଘଟଣା ବାପା-ମା’ଙ୍କୁ କହିଥିଲା। ପରିବାର ଲୋକେ ଶିକ୍ଷୟିତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ପରେ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ କଥା ହେବାବେଳେ ସହଯୋଗ କରିବା ପରିବର୍ତ୍ତେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଏହାପରେ ଶିଶୁର ବାପା ପୋଲିସରେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏଫ୍‌ଆଇଆର୍‌ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories