Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ ବଡ଼ ଛଟେଇ! ପ୍ରାୟ ୧୨୦ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ. ମିଡ଼ିଆର ଭବିଷ୍ୟତକୁ ନେଇ ଚିନ୍ତିତ କର୍ମଚାରୀ

ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ ବଡ଼ ଧରଣର ଛଟେଇ ହୋଇଥିବା ଅଭିଯୋଗ ଆସିଛି। କର୍ମଚାରୀଙ୍କ ଦାବି ଅନୁଯାୟୀ, ଜୁଲାଇ ୨୦ରୁ ୨୪ ମଧ୍ୟରେ ପ୍ରାୟ ୧୨୦ ଜଣ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ କୁହାଯାଇଥିଲା। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବିଭାଗଗୁଡ଼ିକ ମଧ୍ୟରେ ଆଜ ତକ ହିନ୍ଦୀ ୱେବସାଇଟ୍, କ୍ୟାମେରା ଅପରେସନ୍, ଭିଡିଓ ଏଡିଟିଂ, ଗ୍ରାଫିକ୍ସ, ଫ୍ୟାକ୍ଟ-ଚେକିଂ, ଡାଟା ଇଣ୍ଟେଲିଜେନ୍ସ ୟୁନିଟ୍, ଆଜ ତକ ରେଡିଓ ଏବଂ ଇଣ୍ଡିଆ ଟୁଡେ ଇଂରାଜୀ ୱେବ୍ ଟିମ୍ ସାମିଲ ଥିବା କୁହାଯାଇଛି।

ଛଟେଇର ଶିକାର ହୋଇଥିବା କେତେକ କର୍ମଚାରୀଙ୍କ କହିବା ଅନୁଯାୟୀ, ସେମାନଙ୍କୁ ହଠାତ୍ HR ବିଭାଗକୁ ଡାକି ପଦତ୍ୟାଗ ପତ୍ର ଦେବାକୁ କୁହାଯାଇଥିଲା। ଅନେକଙ୍କ ଦାବି ଯେ, କୌଣସି ସ୍ପଷ୍ଟ କାରଣ ଦିଆଯାଇନଥିଲା ଏବଂ ଲାପଟପ୍ ଓ ପରିଚୟପତ୍ର ଜମା ଦେବା ପରେ ସଙ୍ଗେସଙ୍ଗେ କାର୍ଯ୍ୟାଳୟ ଛାଡ଼ିବାକୁ କୁହାଯାଇଥିଲା। କର୍ମଚାରୀଙ୍କ ଅଭିଯୋଗ ଅନୁସାରେ, ଯେଉଁମାନେ ସ୍ୱଇଚ୍ଛାରେ ପଦତ୍ୟାଗ କରିଥିଲେ ସେମାନଙ୍କୁ ଦୁଇ ମାସର ସମ୍ପୂର୍ଣ୍ଣ ଦରମା ଦିଆଯାଇଛି, ଯେଉଁମାନେ ମନା କରିଥିଲେ ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ଦାବି କରାଯାଇଛି। ତେବେ ଏହି ସମସ୍ତ ଦାବିକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ।

ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷରେ ଟିଭି ଟୁଡେ ନେଟୱାର୍କର ଲାଭ ୮୧ ପ୍ରତିଶତ ହ୍ରାସ ପାଇ ପ୍ରାୟ ୧୪ କୋଟି ଟଙ୍କାରେ ପହଞ୍ଚିଥିଲା। କମ୍ ବିଜ୍ଞାପନ ଆୟ, ପୁନର୍ଗଠନ ଖର୍ଚ୍ଚ ଏବଂ ରେଡିଓ ବ୍ୟବସାୟରେ କ୍ଷତି ଏହାର ପ୍ରମୁଖ କାରଣ ବୋଲି ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ରହିଛି। କମ୍ପାନି ପକ୍ଷରୁ ଏହି ଛଟେଇ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ବୟାନ ଜାରି କରାଯାଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories