Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ବର ଛାତିଥରା ରେଳ ଦୂର୍ଘଟଣା: ସେବା ଅବ୍ୟାହତ

ବାଲେଶ୍ବର : ବାଲେଶ୍ବର ଛାତିଥରା ରେଳ ଦୂର୍ଘଟଣା ଏକ ଜାତୀୟ ଖବର ପାଲଟିଛି।ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତରଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହାତଙ୍କୁ ୫୦ ହଜାର ଟଙ୍କା କ୍ଷତି ପୂରଣ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେବାହାନଗା ଟ୍ରେନ ଟ୍ରାଜେଡି ଓଡିଶା ପାଇଁ ଏକ ଦୁଃଖଦ ଖବର ହୋଇଥିବାରୁ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହି ଆଜି ଘଟଣାସ୍ଥଳରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।ଅଦ୍ୟାବଧି ଏହି ଦୂର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଥିବା ବେଳେ ୯ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଖବର ମିଳୁଛି। ଏହାକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗକୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୮୫୦ ଆହତଙ୍କୁ ହସ୍ପିଟାଲ ପଠାଯାଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି।
ବାହାନଗା ଟ୍ରେନ୍‌ ଟ୍ରାଜେଡି ରେ ରକ୍ତ ଦେବାକୁ ହସ୍ପିଟାଲରେ ଲାଗିଛି ଭିଡ଼।ଆଗେଇ ଆସିଲେ ଏସଓଏର ୫୦୦ ଛାତ୍ର-ଛାତ୍ରୀ, ଦୁର୍ଘଟଣାସ୍ଥଳରେ ୪୫ ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ବି ରହିଛନ୍ତି।

ବାଲେଶ୍ଵର ବାହାନଗା ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ବହୁ ଯାତ୍ରୀ ମୃତାହତ ଆଶଙ୍କା କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚିକିତ୍ସା ସେବାବୁ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି
କରାଯାଇ ହାୱଡା ହେଲ୍‌ପଲାଇନ୍‌ ନମ୍ବର ୦୩୩-୨୬୩୮୨୨୧୭,
ଖଡ଼ଗପୁର ହେଲ୍‌ପଲାଇନ୍‌ ନମ୍ବର ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯*
ବାଲେଶ୍ବର ହେଲ୍‌ପଲାଇନ୍‌ ନମ୍ବର ୮୨୪୯୫୯୧୫୫୯ ଓ ୭୯୭୮୪୧୮୩୨୨*
ଶାଲିମାର ହେଲ୍‌ପଲାଇନ୍‌ ନମ୍ବର ୯୯୦୩୩୭୦୭୪୬ ଜାରି କରାଯାଇଛି।
ଟ୍ରେନ ଦୁର୍ଘଟଣାର ବଡଫୋକସ୍‌ରେ ଉଦ୍ଧାର କାର୍ଯ୍ୟ ରହି ୩ ଏନ୍‌ଡିଆର୍‌ଏଫ୍‌, ୪ ଓଡ୍ରାଫ୍‌, ୧୫ରୁ ଅଧିକ ଅଗ୍ନିଶମ ଦଳ ନିୟୋଜିତ ରହିଛନ୍ତି। ସାଧାରଣ ଜନତା ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ବି ସହଯୋଗର ହାତ ବଢାଇଛନ୍ତି। ଏହି ଦୂର୍ଘଟଣା ଫଳରେ ୬ ଟି ରେଲ ଚଳାଚଳକୁ ବାତିଲ କରାଯାଇଥିବା ସୂଚନା ମିଳିଛି ।