Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ଇଚ୍ଛାପତ୍ରରେ ଡା. କାରିନା ଶୁଲିଆକ୍‌ଙ୍କ ନାମ, ନୂଆ ଦସ୍ତାବିଜରେ ସାମ୍ନାକୁ ଆସିଲା ସମ୍ପର୍କର ଅନେକ ତଥ୍ୟ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ବିବାଦୀୟ ଅର୍ଥନିବେଶକ ଓ ଦୋଷୀ ସେକ୍ସ ଅପରାଧୀ ଜେଫ୍ରି ଏପଷ୍ଟିନଙ୍କ ଅନ୍ତିମ ଇଚ୍ଛାପତ୍ର (Will) ସାର୍ବଜନୀନ ହେବା ପରେ ତାଙ୍କର ଦୀର୍ଘଦିନର ସହଯୋଗୀ ଡାକ୍ତର କାରିନା ଶୁଲିଆକ୍ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟାୟ ବିଭାଗର ନୂଆ ଦସ୍ତାବିଜ ଅନୁଯାୟୀ, ଏପଷ୍ଟିନ୍ ତାଙ୍କ ଦାନ୍ତ ଚିକିତ୍ସା ଶିକ୍ଷାରେ ଆର୍ଥିକ ସହଯୋଗ କରିବା ସହ ଆମେରିକାର ଗ୍ରୀନ୍ କାର୍ଡ ପାଇବାରେ ମଧ୍ୟ ସହାୟତା କରିଥିଲେ।

ଏତିକି ନୁହେଁ, ଏପଷ୍ଟିନଙ୍କ ଇଚ୍ଛାପତ୍ର ଅନୁଯାୟୀ କାରିନା ଶୁଲିଆକ୍ ପ୍ରାୟ ୧୦୦ ମିଲିୟନ୍ ଡଲାର ମୂଲ୍ୟର ସମ୍ପତ୍ତିର ଅଂଶୀଦାର ହୋଇପାରନ୍ତି। ସେହିପରି ‘ବିବାହର ଉଦ୍ଦେଶ୍ୟରେ’ ତାଙ୍କୁ ଦିଆଯାଇଥିବା ୩୩ କ୍ୟାରେଟର ଏକ ହୀରା ମୁଦି ମଧ୍ୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ଷ ବର୍ଷ ଧରି ସାର୍ବଜନୀନ ଭାବେ ନିଜ ସମ୍ପର୍କକୁ ଲୁଚାଇ ରଖିଥିବା ଶୁଲିଆକ୍ ଏବେ ପୁଣି ଆଲୋଚନାର କେନ୍ଦ୍ରରେ ରହିଛନ୍ତି।

ନ୍ୟାୟ ବିଭାଗର ଏହି ନୂତନ ଦସ୍ତାବିଜ ପ୍ରକାଶ ପରେ ଏପ୍‌ଷ୍ଟିନ୍‌ଙ୍କ ବ୍ୟକ୍ତିଗତ ଜୀବନ, ସମ୍ପର୍କ ଏବଂ ସମ୍ପତ୍ତି ବଣ୍ଟନକୁ ନେଇ ପୁଣିଥରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଛି। ତେବେ ଇଚ୍ଛାପତ୍ରରେ ଉଲ୍ଲେଖିତ ସମ୍ପତ୍ତି ବଣ୍ଟନ ସମ୍ପର୍କିତ ଆଇନଗତ ପ୍ରକ୍ରିୟା ଏପର୍ଯ୍ୟନ୍ତ ଚାଲିଥିବାରୁ, ଶେଷରେ ଡା. କାରିନା ଶୁଲିଆକ୍‌ କେତେ ପରିମାଣର ସମ୍ପତ୍ତି ପାଇବେ, ସେନେଇ କୌଣସି ଚୂଡ଼ାନ୍ତ ସୂଚନା ସାମ୍ନାକୁ ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ