‘ବାସ୍ତେଗୁନା ହୁଇୟା’ କ’ଣ? ଜନ୍ତର ମନ୍ତର ଆନ୍ଦୋଳନରୁ ଭାଇରାଲ୍ ହୋଇଥିବା Gen Z ସ୍ଲାଙ୍ଗର କାହାଣୀ
ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ଶେଷ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ସମୟରେ ଭାଇରାଲ୍ ହୋଇଥିବା ‘ବାସ୍ତେଗୁନା ହୁଇୟା’ ଶବ୍ଦ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହାକୁ ନେଇ ବିଭିନ୍ନ ମିମ୍, ରିଲ୍ସ ଓ ଭିଡିଓ ସାମ୍ନାକୁ ଆସୁଛି। ଏହି ଶବ୍ଦଟି କେବଳ Gen Z ମଧ୍ୟରେ ସୀମିତ ନରହି ବର୍ତ୍ତମାନ ସାଧାରଣ ଲୋକମାନେ ମଧ୍ୟ ମଜାକିଆ ଢଙ୍ଗରେ ବ୍ୟବହାର କରୁଛନ୍ତି।
ବାସ୍ତବରେ ‘ବାସ୍ତେଗୁନା ହୁଇୟା’ କୌଣସି ହିନ୍ଦୀ, ସଂସ୍କୃତ କିମ୍ବା ଅନ୍ୟ ଭାରତୀୟ ଭାଷାର ଶବ୍ଦ ନୁହେଁ ଏବଂ ଏହାର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ମଧ୍ୟ ନାହିଁ। ବର୍ଷ କିଛି ପୂର୍ବରୁ Vine ନାମକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହୋଇଥିବା “Can I get a Hoya?” ଭିଡିଓର ଉଚ୍ଚାରଣ ଶୁଣିବାକୁ ଅନେକଙ୍କୁ ‘ବାସ୍ତେଗୁନା ହୁଇୟା’ ଭଳି ଲାଗୁଥିଲା। ପରେ ଏହା ଇଣ୍ଟରନେଟ୍ରେ ମିମ୍ ଓ ରିଲ୍ସ ମାଧ୍ୟମରେ ବ୍ୟାପକ ଭାବେ ଲୋକପ୍ରିୟ ହୋଇଯାଇଥିଲା।
ସୋସିଆଲ ମିଡିଆରେ ଏହି ଶବ୍ଦକୁ କୌଣସି ବିଶେଷ ଅର୍ଥରେ ନୁହେଁ, ବରଂ ମଜାକ, ଟ୍ରେଣ୍ଡ ଏବଂ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଉଛି। ଜନ୍ତର ମନ୍ତର ଆନ୍ଦୋଳନ ସମୟରେ ଏହା ପୁଣିଥରେ ଚର୍ଚ୍ଚାକୁ ଆସିଥିଲା ଏବଂ ବର୍ତ୍ତମାନ ଏହା ଇଣ୍ଟରନେଟ୍ ସଂସ୍କୃତିର ଏକ ଭାଇରାଲ୍ ଏକ୍ସପ୍ରେସନ୍ ଭାବେ ପରିଚିତ।

