Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP ମୁଖ୍ୟ ଅଭିଜିତ ଦିପ୍‌କେଙ୍କୁ ଆସୁଛି ଶହ ଶହ ବିବାହ ପ୍ରସ୍ତାବ; ବିବାହକୁ ନେଇ ମା’ କହିଲେ ବଡ଼ କଥା…

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକ ଛାତ୍ର ଆନ୍ଦୋଳନ ଯୋଗୁଁ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଗତ ପ୍ରାୟ ଦୁଇ ବର୍ଷ ଧରି ଅଭିଜିତଙ୍କ ପାଇଁ ଅନେକ ବିବାହ ପ୍ରସ୍ତାବ ଆସୁଥିବା ତାଙ୍କ ମା’ ଅନୀତା ଦୀପକ କହିଛନ୍ତି। ତେବେ ଅଭିଜିତ ବର୍ତ୍ତମାନ ବିବାହ କରିବାକୁ ଚାହୁଁନଥିବା ବେଳେ ପ୍ରଥମେ ଆର୍ଥିକ ସ୍ତରରେ ସକ୍ଷମ ହୋଇ ନିଜ ଗୋଡରେ ଛିଡା ହେବାକୁ ଚାହୁଁଛନ୍ତି।

ଅନୀତା ଦୀପକ ଏକ ସାକ୍ଷାତକାରରେ କହିଛନ୍ତି ଯେ, ପରିବାରକୁ ଦୀର୍ଘ ଦିନ ଧରି ବିବାହ ପ୍ରସ୍ତାବ ମିଳୁଛି। କିନ୍ତୁ ଅଭିଜିତଙ୍କ ମତ ହେଉଛି ଯେ, ସେ ପ୍ରଥମେ ପାଠପଢ଼ା ଶେଷ କରି ନିଜେ ରୋଜଗାର କରିବା ପରେ ବିବାହ କରିବେ। ମା’ କହିଛନ୍ତି, ପରିବାର ପାଖରେ ସବୁକିଛି ଥିଲେ ମଧ୍ୟ ଅଭିଜିତ ନିଜ ପରିଶ୍ରମରେ ଆର୍ଥିକ ଭାବେ ସ୍ୱାଧୀନ ହେବାକୁ ଚାହୁଁଛନ୍ତି।

ନୀଟ୍-ୟୁଜି ପରୀକ୍ଷା ଅନିୟମିତତା ବିରୋଧୀ ଛାତ୍ର ଆନ୍ଦୋଳନ ପରେ ଅଭିଜିତ ଦୀପକ ଜାତୀୟ ସ୍ତରରେ ପରିଚିତ ହୋଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ମା’ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ବିବାହ ସମ୍ପର୍କରେ ଅନୀତା କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ କୌଣସି ଝିଅକୁ ଦେଖିନାହାନ୍ତି ଏବଂ ଅଭିଜିତଙ୍କ ନିଷ୍ପତ୍ତିକୁ ସମ୍ମାନ କରିବେ। ସେ ଚାହୁଁଛନ୍ତି ଯେ, ପୁଅ ସୁସ୍ଥ ହେବା ପରେ ନିଜ ଭବିଷ୍ୟତ ନେଇ ନିଷ୍ପତ୍ତି ନିଅନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ