Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ରାହୁଲଙ୍କ ସ୍ମରଣଶକ୍ତି କମ୍’ ମନ୍ତବ୍ୟକୁ ନେଇ ତୀବ୍ର ବିବାଦ; ବିଜେପି ବିଧାୟକଙ୍କ ବିରୋଧରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: କର୍ଣ୍ଣାଟକର ଉଡୁପି ବିଜେପି ବିଧାୟକ ଯଶପାଲ ସୁବର୍ଣ୍ଣା ରାହୁଲ ଗାନ୍ଧୀଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ବିଜେପି ବିଧାୟକ କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କ ସ୍ମରଣଶକ୍ତି କମ୍ ଏବଂ ସେ ଭଲ-ମନ୍ଦ ବୁଝିବାର କ୍ଷମତା ରଖୁନାହାନ୍ତି। ଏହାସହ ସେ ରାହୁଲ ଗାନ୍ଧୀ ଓ ଗାନ୍ଧୀ ପରିବାରକୁ ନେଇ ଏପରି ମନ୍ତବ୍ୟ ଦେଇଥିଲେ, ଯାହାକୁ କଂଗ୍ରେସ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ଭାବେ ବର୍ଣ୍ଣନା କରିଛି।

ବିଧାୟକ ଯଶପାଲ ସୁବର୍ଣ୍ଣା ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ରାହୁଲ ଗାନ୍ଧୀ ୨୪ ଘଣ୍ଟା ନିଶାରେ ରହୁଛନ୍ତି ଏବଂ ତାଙ୍କର ଭଲ-ମନ୍ଦ ବୁଝିବାର କ୍ଷମତା ନାହିଁ। ୧୯୯୨ ମସିହାର ବାବରୀ ମସଜିଦ ଘଟଣାକୁ ଉଲ୍ଲେଖ କରି ସେ କହିଥିଲେ ଯେ, ଯେପରି ଆମ କର୍ମୀମାନେ ବାବରୀ ମସଜିଦ ଭାଙ୍ଗିଥିଲେ, ସେହିପରି କଂଗ୍ରେସ ଓ ଗାନ୍ଧୀ ପରିବାରକୁ ମଧ୍ୟ ନଷ୍ଟ କରିଦିଆଯିବ। ଏହି ବୟାନ ପରେ କଂଗ୍ରେସ ନେତାମାନେ ବିଜେପି ଓ ଆରଏସଏସ୍‌ ଉପରେ ଆକ୍ରମଣ କରିଛନ୍ତି।

ଘଟଣାକୁ ନେଇ ଉଡୁପି ଜିଲ୍ଲା କଂଗ୍ରେସ ସଭାପତି ଅଶୋକଙ୍କ ଅଭିଯୋଗ ଆଧାରରେ ପୁଲିସ ବିଧାୟକ ଯଶପାଲ ସୁବର୍ଣ୍ଣାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ମାମଲାରେ ଉତ୍ତେଜନା ସୃଷ୍ଟି, ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା, ଧମକ ଓ ଉତ୍ତେଜକ ବୟାନ ସମ୍ପର୍କିତ ଧାରା ଲଗାଯାଇଛି। କଂଗ୍ରେସ କହିଛି ଯେ, ଗଣତନ୍ତ୍ରରେ ରାଜନୈତିକ ମତଭେଦର ଉତ୍ତର ଧମକ କିମ୍ବା ବ୍ୟକ୍ତିଗତ ଆକ୍ରମଣ ନୁହେଁ। ଏପର୍ଯ୍ୟନ୍ତ ବିଜେପି ପକ୍ଷରୁ ଏହି ମାମଲା ନେଇ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories