Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲା ଏମଆଇ- ୧୭ ହେଲିକପ୍ଟର

ବାଲେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା। ବଢିଚାଲିଛି ମୃତ୍ୟୁ ସଂଖ୍ୟା। ଅନ୍ୟପଟେ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବେ। ଏପଟେ ଉଦ୍ଧାର କାର୍ଯ୍ୟରେ ଏମଆଇ- ୧୭ ହେଲିକପ୍ଟରକୁ ନିୟୋଜିତ କରିଛି ଭାରତୀୟ ବାୟୁସେନା । ଘଟଣାର ସ୍ଥିତି ଜାଣିବାକୁ ରେଲୱେ ବିଭାଗ ସହ ଯୋଗାଯୋଗ କରିଛନ୍ତି ବାୟୁସେନା ଅଧିକାରୀ।

ଦୁର୍ଘଟଣାରେ ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ । ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ କିନ୍ତୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବପ୍ରଦୀପ ଜେନା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories