Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ବିଜେପିରେ ଯୋଗ ଦେବାକୁ ମିଳିଥିଲା ଧମକ’; ‘ସିଜେପି’ ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ପରିବାରର ସଙ୍ଗିନ ଅଭିଯୋଗ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ବିଜେପିରେ ଯୋଗ ଦେବା ପାଇଁ ଧମକ ଦିଆଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସଙ୍ଗିନ ଅଭିଯୋଗ ଆସିଛି। ଅଭିଜିତଙ୍କ ମା’ଙ୍କ ଦାବି ଅନୁସାରେ, ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତାଙ୍କ ପୁଅଙ୍କୁ ବିଜେପିରେ ଯୋଗ ଦେବାକୁ କୁହାଯାଇଥିଲା। ଏହାକୁ ଅସ୍ୱୀକାର କଲେ ପରିବାରକୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ପରିବାରର କହିବା ଅନୁସାରେ, ଏହି ଧମକ ପରେ ସୁରକ୍ଷା ଆଶଙ୍କାରେ ସେମାନେ ପ୍ରାୟ ଦୁଇ ସପ୍ତାହ ଧରି ସମ୍ପର୍କୀୟଙ୍କ ଘରେ ରହିଥିଲେ। ସମ୍ପ୍ରତି ଦିଲ୍ଲୀରେ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ଏବଂ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ହୋଇଥିବା ଆନ୍ଦୋଳନରେ ଅଭିଜିତ ଦିପକେ ଏକ ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ। ଆନ୍ଦୋଳନ ପରେ ସେ ଘରକୁ ଫେରିବା ସହ ପରିବାର ପକ୍ଷରୁ ଏହି ଅଭିଯୋଗ ସାର୍ବଜନୀନ କରାଯାଇଛି।

ଅନ୍ୟପକ୍ଷରେ, ଅଭିଜିତ ଦିପକେ କହିଛନ୍ତି ଯେ, ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ନହେଲେ ତାଙ୍କ ସଂଗଠନ ପୁଣିଥରେ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିବ। ସରକାର ଛାତ୍ରମାନଙ୍କୁ ହଇରାଣ କରିବା ବନ୍ଦ କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ଉପରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories