Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ୧୧ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା; ମା’ ଓ ଶିଶୁ ସୁସ୍ଥ

ହରିୟାଣା: ହରିୟାଣାର ୟମୁନାନଗର ଜିଲ୍ଲାରେ ଜଣେ ୧୧ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ବୁଧବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜିଲ୍ଲା ସିଭିଲ ହସ୍ପିଟାଲରେ ସାଧାରଣ ପ୍ରସବ ହୋଇଥିବା ବେଳେ ମା’ ଓ ନବଜାତ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ଡାକ୍ତରଙ୍କ ନିରୀକ୍ଷଣରେ ଥିବା ଉଭୟଙ୍କୁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ହସ୍ପିଟାଲରୁ ଛାଡ଼ପତ୍ର ମିଳିପାରେ।

ପୋଲିସ ସୂଚନା ଅନୁଯାୟୀ, ନାବାଳିକାଙ୍କ ପରିବାର ନବଜାତ ଶିଶୁକୁ ଶିଶୁ କଲ୍ୟାଣ କମିଟି (Child Welfare Committee)ଙ୍କ ହସ୍ତାନ୍ତର କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଗତ ମେ’ ମାସରେ ସ୍କୁଲରେ ପେଟ ଯନ୍ତ୍ରଣା ହେବା ପରେ ନାବାଳିକାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରୀ ପରୀକ୍ଷାରୁ ସେ ସାତ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ ପରିବାର ଛାଛରୌଲି ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଜଣେ ଔଷଧ କମ୍ପାନୀର ଡ୍ରାଇଭର ନାବାଳିକାଙ୍କୁ ପ୍ରଲୋଭନ ଦେଇ ୨୦୨୨ ନଭେମ୍ବରରୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ। ଏହି ଘଟଣା କାହାକୁ ଜଣାଇଲେ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିବା ପରିବାର ଅଭିଯୋଗ କରିଛି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ (POCSO) ଆଇନ ସହ ଅନ୍ୟାନ୍ୟ ପ୍ରଯୁଜ୍ୟ ଧାରାରେ ମାମଲା ରୁଜୁ କରି ଗିରଫ କରିଥିବା ବେଳେ, ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories