Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ଚାକିରି କରିବାକୁ ବିଦେଶୀ ଛାତ୍ରଙ୍କ ଉପରେ ୧ ଲକ୍ଷ ଡଲାର ଫି’ ପ୍ରସ୍ତାବ, ୩.୬ ଲକ୍ଷରୁ ଅଧିକ ଭାରତୀୟ ଛାତ୍ର ପ୍ରଭାବିତ ହୋଇପାରନ୍ତି

ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ପରିବର୍ତ୍ତନ ଆଣିବାକୁ ବିଚାର କରୁଛି। ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ର ଏକ ରିପୋର୍ଟ ଅନୁସାରେ, ଆମେରିକାରେ ପଢ଼ା ଶେଷ କରିବା ପରେ ଚାକିରି କରିବାକୁ ଚାହୁଁଥିବା ବିଦେଶୀ ଛାତ୍ରଙ୍କ ପାଇଁ ୧ ଲକ୍ଷ ଆମେରିକୀୟ ଡଲାର ଫି’ ଲାଗୁ କରିବା ପ୍ରସ୍ତାବ ବିଚାରାଧୀନ ରହିଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆମେରିକାରେ ପଢ଼ୁଥିବା ପ୍ରାୟ ୩.୬ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହୋଇପାରନ୍ତି।

ରିପୋର୍ଟ ଅନୁସାରେ, ଏହି ଫି’ ଅପ୍ସନାଲ୍ ପ୍ରାକ୍ଟିକାଲ୍ ଟ୍ରେନିଂ (OPT) କାର୍ଯ୍ୟକ୍ରମ ସହ ଯୋଡ଼ାଯିବ। ଏହି କାର୍ଯ୍ୟକ୍ରମ ଅନୁସାରେ ବିଦେଶୀ ଛାତ୍ରଛାତ୍ରୀମାନେ ପଢ଼ା ଶେଷ ପରେ ନିଜ ପାଠ୍ୟକ୍ରମ ଅନୁଯାୟୀ ଏକରୁ ତିନି ବର୍ଷ ପର୍ଯ୍ୟନ୍ତ ଆମେରିକାରେ କାମ କରିପାରନ୍ତି। ବର୍ତ୍ତମାନ ଏହି ପ୍ରସ୍ତାବ ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗର ବିଚାରାଧୀନ ରହିଛି। ତେବେ ହ୍ୱାଇଟ୍ ହାଉସ ଏହାକୁ ସମର୍ଥନ କରିଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଏହି ପ୍ରସ୍ତାବରେ କେଉଁ ଛାତ୍ରଛାତ୍ରୀଙ୍କୁ ଏହି ଫି’ ଦେବାକୁ ପଡ଼ିବ, ସେନେଇ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟତା ନାହିଁ। ତେବେ ଏଭଳି ଏକ ବଡ଼ ଫି’ ଲାଗୁ ହେଲେ ଆମେରିକାରେ ପଢ଼ିବା ଓ ପରବର୍ତ୍ତୀ ସମୟରେ ସେଠାରେ ଚାକିରି କରିବାକୁ ଇଚ୍ଛୁକ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ପ୍ରତିବନ୍ଧକ ସାବ୍ୟସ୍ତ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories