Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଆଡ଼େ ଗଲା ‘କବଚ’ ? ରେଳ ମନ୍ତ୍ରୀଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ, କଲେ ଇସ୍ତଫା ଦାବି

ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ହୃଦୟଥରା ରେଳ ଦୁର୍ଘଟଣାରେ ପୂରା ଦେଶ ସ୍ତବ୍ଧ। ଗୋଟିଏ ମାଲବାହୀ ଏବଂ ୨ଟି ଏକ୍ସପ୍ରେସ୍ ମଧ୍ୟରେ ଭୀଷଣ ଧକ୍କାରେ ଏ ପର୍ଯ୍ୟନ୍ତ ୨୩୮ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଦୁର୍ଘଟଣାରେ ୯୦୦ରୁ ଅଧିକ ଆହତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି। ଏହି ଦୁର୍ଘଟଣାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି। ବିରୋଧୀ ଦଳଗୁଡ଼ିକ ରେଲଓ୍ଵେର ‘କବଚ ସୁରକ୍ଷା’ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି।

ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ଶ୍ରୀନିବାସ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି। କାରଣ ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ କବଚ ସୁରକ୍ଷାର ଜ୍ଞାନ କୌଶଳ ବିଷୟରେ ବତାଉଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳିଛି। କଂଗ୍ରେସ ନେତା ଅଶ୍ଵିନୀ ବୈଷ୍ଣବଙ୍କ ଏହି ପୁରୁଣା ଭିଡ଼ିଓ ସେୟାର କରି ଲେଖିଛନ୍ତି, ଯେବେ ଗୋଟିଏ ଟ୍ରେନ ଲାଇନଚ୍ୟୁତ୍ ହୋଇ ଅନ୍ୟ ଟ୍ରାକକୁ ଆସି ଯାଇଥିଲା, ସେହି ସମୟରେ କବଚ କୁଆଡ଼େ ଥିଲା ? ୩୦୦ ପାଖାପାଖି ମୃତ୍ୟୁ, ପ୍ରାୟ ୧୦୦୦ରୁ ଅଧିକ ଆହତ। ଏହି ହୃଦୟ ବିଦାକ ମୃତ୍ୟୁ ପାଇଁ କିଏ ତ ଦାୟୀ ?

‘କବଚ’ ସୁରକ୍ଷା ପ୍ରଣାଳୀ ଟ୍ରେନଗୁଡ଼ିକୁ ରେଡ୍ ସିଗ୍ନାଲ ପାର କରିବା ଏବଂ ଧକ୍କାରୁ ରୋକିବା ପାଇଁ ଉଦ୍ଦିଷ୍ଟ। ଯଦି କୌଣସି କାରଣବଶତଃ ଲୋକୋ ପାଇଲଟ୍ ଟ୍ରେନକୁ ନିୟନ୍ତ୍ରଣ କରିବାରେ ବିଫଳ ହୁଏ ତେବେ ‘କବଚ’ ସୁରକ୍ଷା ପ୍ରଣାଳୀ ଟ୍ରେନର ବ୍ରେକିଂ ସିଷ୍ଟମକୁ ସ୍ଵତଃ ଭାବେ ଆକ୍ଟିଭ କରି ଦେଇଥାଏ। ଏହା ବ୍ୟତୀତ କବଚ ଦୁଇଟି ଇଞ୍ଜିନ ମଧ୍ୟରେ ଧକ୍କାକୁ ରୋକିବାରେ ସକ୍ଷମ। ଅର୍ଥାତ ଗୋଟିଏ ଟ୍ରାକରେ ୨ଟି ଟ୍ରେନ ମୁହାଁମୁହିଁ ସ୍ଥିତିକୁ ଆସିଲେ ମଧ୍ୟ ଦୁର୍ଘଟଣା ଘଟିବ ନାହିଁ। ବାଲେଶ୍ଵରରେ ଘଟିଥିବା ଦୁର୍ଘଟଣାକୁ ଦେଖିଲେ ଏହା ଲାଗୁଛି ଯେ, ଏ ପର୍ଯ୍ୟନ୍ତ ଏହି ରୁଟରେ କବଚ ପ୍ରଣାଳୀ ବ୍ୟବହାର କରାଯାଇ ନଥିଲା।

ରାଷ୍ଟ୍ରୀୟ ଜନତା ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଆରଜେଡି ଟୁଇଟ୍ କରି ଲେଖିଛି କବଚରେ ମଧ୍ୟ କାଣ୍ଡ ହୋଇଗଲା ? ମୋଦୀ ସରକାରଙ୍କ ପାଇଁ କେବଳ ବନ୍ଦେ ଭାରତ ଏକ୍ସପ୍ରେସରେ ମଣିଷ ଯାଆନ୍ତି। ଯଦି ରେଳ ମନ୍ତ୍ରୀଙ୍କ ନିକଟରେ କିଛି ନୈତିକତା ଏବଂ ଆତ୍ମଗ୍ଲାନି ଅଛି ତେବେ ତୁଦନ୍ତ ଇସ୍ତଫା ଦିଅନ୍ତୁ। ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ମଧ୍ୟ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ତେଲଙ୍ଗାନା ଆଇଟି ମନ୍ତ୍ରୀ ତଥା ବିଆରଏସର କାର‌୍ୟ୍ୟକାରୀ ଅଧ୍ୟକ୍ଷ କେଟିଆର ମଧ୍ୟ ରେଲଓ୍ଵେର କବଚ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ