Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦ ଟଙ୍କାରୁ ଅଧିକ ଶସ୍ତା ହେଲା କମର୍ସିଆଲ LPG ସିଲିଣ୍ଡର; ଜାଣନ୍ତୁ କେତେ ରହିଛି ଦାମ…

ନୂଆଦିଲ୍ଲୀ: ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ କେନ୍ଦ୍ର ସରକାର ବଡ଼ ଆଶ୍ୱସ୍ତି ଦେଇଛନ୍ତି। ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ LPG ସିଲିଣ୍ଡରର ଦାମ ୨୦୦ ଟଙ୍କାରୁ ଅଧିକ କମାଯାଇଛି। ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ ଏହି ଦର ହ୍ରାସ ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ଵସ୍ତି ଆଣିଛି। ତେବେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ LPG ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ସମ୍ପ୍ରତି 202 ଟଙ୍କା ମୂଲ୍ୟ ହ୍ରାସ ପରେ, ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ LPG ସିଲିଣ୍ଡରର ଦାମରେ ୨୦୨ ଟଙ୍କା ଶସ୍ତା ହୋଇଥିବାବେଳେ କୋଲକାତାରେ ୨୦୯ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ଦାମ ୨,୭୨୮ ଟଙ୍କା ରହିଛି ଏବଂ କୋଲକାତାରେ ୨, ୮୭୨ ଟଙ୍କା ୫୦ ପଇସା ରହିଛି | ସେହିପରି ଭୁବନେଶ୍ୱରରେ, ୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡର ର ଦର ରହିଛି ୨ ,୯୦୮ ଟଙ୍କା | ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ସଂଶୋଧିତ ଦର ତତ୍କ୍ଷଣାତ୍ କାର୍ଯ୍ୟକାରୀ ହୋଇଛି। ଫଳରେ ହୋଟେଲ, ଢାବା, କ୍ୟାଟରିଂ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଉପଭୋକ୍ତାଙ୍କ ଉପରେ ଗ୍ୟାସ ଖର୍ଚ୍ଚର ଭାର କିଛିଟା କମିବାର ଆଶା କରାଯାଉଛି ।

ତେବେ ଘରୋଇ ଉପଭୋକ୍ତାଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ନୂଆ ଘୋଷଣା କରାଯାଇନାହିଁ। ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ LPG ସିଲିଣ୍ଡର ପୂର୍ବ ନିର୍ଦ୍ଧାରିତ ଦରରେ ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories