Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଲପିଜିଠାରୁ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ; ଅଗଷ୍ଟ ୧ରୁ ବଦଳିଲା ଏହି ୮ଟି ଗୁରୁତ୍ୱପୂର୍ଣ୍ଣ ନିୟମ!

ନୂଆଦିଲ୍ଲୀ: ପ୍ରତି ମାସ ଭଳି ଅଗଷ୍ଟ ୧ ତାରିଖରୁ ମଧ୍ୟ ଦେଶରେ ଅନେକ ଆର୍ଥିକ ଓ ପ୍ରଶାସନିକ ନିୟମରେ ପରିବର୍ତ୍ତନ ହୋଇଛି। ଏହି ନୂଆ ନିୟମଗୁଡ଼ିକର ପ୍ରଭାବ ଏଲପିଜି ସିଲିଣ୍ଡର ଦର, ଟ୍ରେନ୍ ତତ୍କାଳ ଟିକେଟ୍ ବୁକିଂ, ଆୟକର ରିଟର୍ଣ୍ଣ, କ୍ରେଡିଟ୍ କାର୍ଡ, ବ୍ୟାଙ୍କିଙ୍ଗ୍ ସେବା ଓ GST ବ୍ୟବସ୍ଥା ଉପରେ ପଡ଼ିବ। ଆସନ୍ତୁ ଜାଣିବା କେଉଁ ୮ଟି ନିୟମରେ ପରିବର୍ତ୍ତନ ହୋଇଛି।

୧. କମର୍ସିଆଲ୍ LPG ସିଲିଣ୍ଡର ଦର କମିଲା
୧୯ କେଜି ବିଶିଷ୍ଟ କମର୍ସିଆଲ୍ LPG ସିଲିଣ୍ଡର ଦାମରେ ୨୦୨ ଟଙ୍କା ହ୍ରାସ କରାଯାଇଛି। ଏହା ପରେ ଦିଲ୍ଲୀରେ ଏହାର ଦର ୨,୭୨୮ ଟଙ୍କା ଓ କୋଲକାତାରେ ୨,୮୭୨.୫୦ ଟଙ୍କା ହୋଇଛି। ତେବେ ଘରୋଇ LPG ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

୨. ତତ୍କାଳ ଟିକେଟ୍ ପାଇଁ ଟୋକନ୍ ବ୍ୟବସ୍ଥା
ରେଳ ଷ୍ଟେସନରେ ଭିଡ଼ କମାଇବା ପାଇଁ ତତ୍କାଳ ଟିକେଟ୍ ବୁକିଂରେ ଟୋକନ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଏବେ ଟୋକନ୍ ମିଳିବା ପରେ ହିଁ କାଉଣ୍ଟରରୁ ତତ୍କାଳ ଟିକେଟ୍ ଜାରି କରାଯିବ।

୩. ITR ବିଳମ୍ବରେ ଦାଖଲ କଲେ ଜରିମାନା
ଆୟକର ରିଟର୍ଣ୍ଣ (ITR) ଦାଖଲର ଶେଷ ତାରିଖ ଜୁଲାଇ ୩୧ରେ ଶେଷ ହୋଇଛି। ଅଗଷ୍ଟ ୧ରୁ ବିଳମ୍ବରେ ITR ଦାଖଲ କଲେ ୧,୦୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

୪. କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ
ଅନେକ ବ୍ୟାଙ୍କ କ୍ରେଡିଟ୍ କାର୍ଡର ରିୱାର୍ଡ ପଏଣ୍ଟ, ବାର୍ଷିକ ଫି ଓ ଅନ୍ୟାନ୍ୟ ସେବା ଶୁଳ୍କରେ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ବ୍ୟାଙ୍କ ଅନୁସାରେ ଭିନ୍ନ ଥିବାରୁ ଗ୍ରାହକମାନଙ୍କୁ ନୂଆ ନିୟମ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

୫. କିଛି ସାମଗ୍ରୀର ଦାମ ବଢ଼ିପାରେ
ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ଚା’, ପୋଷାକ, ଟେଲିଭିଜନ, ଫ୍ରିଜ୍ ଓ ୱାଶିଂ ମେସିନ୍ ଭଳି ବିଭିନ୍ନ ସାମଗ୍ରୀର ଦାମ ୪ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

୬. CKYC 2.0 ଲାଗୁ
ବ୍ୟାଙ୍କିଙ୍ଗ୍ ପ୍ରକ୍ରିୟାକୁ ସହଜ କରିବା ପାଇଁ CKYC 2.0 ଲାଗୁ କରାଯାଇଛି। ଏହା ଫଳରେ ଗ୍ରାହକଙ୍କୁ ପ୍ରତ୍ୟେକ ଥର KYC ଦଲିଲ ଦାଖଲ କରିବାକୁ ପଡ଼ିବ ନାହିଁ।

୭. GST ବ୍ୟବସ୍ଥାରେ ପରିବର୍ତ୍ତନ
GST ବ୍ୟବସ୍ଥାରେ ଇ-ଇନଭଏସ୍ ଓ ଇ-ୱେ ବିଲ୍ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ କିଛି ନୂଆ ନିୟମ ଲାଗୁ କରାଯାଇଛି।

୮. ବ୍ୟାଙ୍କ ସେବା ଶୁଳ୍କରେ ସଂଶୋଧନ
କିଛି ବ୍ୟାଙ୍କ ନିଜର ସେବା ଶୁଳ୍କରେ ପରିବର୍ତ୍ତନ କରିଛନ୍ତି। ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ SMS ଆଲର୍ଟ ଚାର୍ଜରେ ସଂଶୋଧନ କରିଛି। ଅନ୍ୟ ବ୍ୟାଙ୍କମାନେ ମଧ୍ୟ ସେମାନଙ୍କ ସେବା ଶୁଳ୍କରେ ପରିବର୍ତ୍ତନ କରିପାରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories