Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ ଲାଗି ବାହାନଗାରେ ମୋଦୀ

ବାଲେଶ୍ବର: ବାହାନଗା ଟ୍ରେନ୍‌ ଟ୍ରାଜେଡି। ଗତକାଲି ରାତିରୁ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ। ଏବେ ସରିଲା। ରେଳମନ୍ତ୍ରୀଙ୍କଠୁ ଆରମ୍ଭ କରି ଅନ୍ୟ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ଅନୁଧ୍ୟାନ କରିସାରିଲେଣି। ବାହାନଗାରେ ପ୍ରଧାନମନ୍ତ୍ରୀ ମୋଦୀ। ଏବେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ମୋଦୀ। ବିଲ ମଝିରେ ଓହ୍ଲାଇଲା ମୋଦୀଙ୍କ ହେଲିକପ୍ଟର।

ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଘଟଣାସ୍ଥଳରୁ ବାଲେଶ୍ବର ହସ୍ପିଟାଲ ଯିବେ ମୋଦୀ। ବର୍ତ୍ତମାନ ସୁଦ୍ଧା ଏହି ବଡ ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।

ଏହି ସ୍ଥାନ ପରିଦର୍ଶନ କରିବା ସମୟରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ବରିଷ୍ଠ ରେଳ ଅଧିକାରୀଙ୍କ ଠାରୁ ଏହି ଦୁର୍ଘଟଣା ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ମାଗିଥିଲେ। ଦୁର୍ଘଟଣା ସ୍ଥଳରେ ଆରମ୍ଭ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।
ବାହାନାଗା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories