Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଙ୍କୀପୁର ଉପନିର୍ବାଚନ: ବିଜେପି ଗଡ଼ରେ ଆଗୁଆ ଅଛନ୍ତି ପ୍ରଶାନ୍ତ କିଶୋର! ଭୋଟ ଗଣତି ଜାରି

ନୂଆଦିଲ୍ଲୀ: ବିହାରର ବାଙ୍କୀପୁର ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। ଏହି ହାଇପ୍ରୋଫାଇଲ୍ ଆସନରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କର ପ୍ରଥମ ନିର୍ବାଚନୀ ଲଢ଼େଇରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଗୁଆ ଥିବା ସୂଚନା ମିଳିଛି। ଦୀର୍ଘଦିନ ଧରି ଏହି ଆସନରେ ବିଜେପିର କ୍ଷମତା ରହି ଆସିଥିଲା | ନିତିନ ନବୀନ ଏହି ଆସନରୁ ବିଜେପି ପକ୍ଷରୁ ଲଢ଼ି ଆସୁଥିଲେ | ବିଜେପିର ଦୀର୍ଘଦିନର ଗଡ଼ ଭାବେ ପରିଚିତ ଏହି ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।

ଏହି ଆସନଟି ବିଜେପିର ପୂର୍ବତନ ବିଧାୟକ ତଥା ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଖାଲି ପଡ଼ିଥିଲା। ଉପନିର୍ବାଚନରେ ବିଜେପି ପକ୍ଷରୁ ନୀରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆରଜେଡି ପୁଣିଥରେ ରେଖା ଗୁପ୍ତାଙ୍କ ଉପରେ ଭରସା କରିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଥିବା ବେଳେ ମୋଟ ୩୧ଟି ପର୍ଯ୍ୟାୟରେ ଗଣନା ଶେଷ ହେବାର ସମ୍ଭାବନା ରହିଛି।

ଗତ ଜୁଲାଇ ୩୦ ତାରିଖରେ ହୋଇଥିବା ମତଦାନରେ ୩୪.୩୦ ପ୍ରତିଶତ ଭୋଟ ପଡ଼ିଥିଲା, ଯାହା ପୂର୍ବ ବିଧାନସଭା ନିର୍ବାଚନର ୪୧.୪୫ ପ୍ରତିଶତ ଭୋଟ ତୁଳନାରେ ୭ ପ୍ରତିଶତରୁ ଅଧିକ କମ୍। ଏଥର ମୋଟ ୨୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ଗଣତି ଚାଲିଥିବାରୁ ଅନ୍ତିମ ଫଳାଫଳ ପାଇଁ ଅପେକ୍ଷା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ