Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ପୂର୍ଣ୍ଣିମାରେ ନାନା ପଟୋଲେଙ୍କ ପାଦ ଧୋଇଲେ ଦୁଇ ଯୁବକ, ଭାଇରାଲ୍ ଭିଡିଓକୁ ନେଇ BJPର କଟାକ୍ଷ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ନାନା ପଟୋଲେଙ୍କ ଏକ ଭିଡିଓକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଗୁରୁ ପୂର୍ଣ୍ଣିମା ଅବସରରେ ଦୁଇ ଯୁବକ ତାଙ୍କ ପାଦ ଧୋଇବା ସହ ଫୁଲ ଅର୍ପଣ କରୁଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହାକୁ ନେଇ BJP କଂଗ୍ରେସ ଉପରେ କଟାକ୍ଷ କରିଥିବାବେଳେ ନାନା ପଟୋଲେ ଏହାକୁ ପରିବାରର ପରମ୍ପରା ବୋଲି ସ୍ପଷ୍ଟ କରିଛନ୍ତି।

ଭାଇରାଲ୍ ଭିଡିଓରେ ନାନା ପଟୋଲେ ଏକ ସୋଫାରେ ବସିଥିବା ବେଳେ ଦୁଇ ଯୁବକ ତାଙ୍କ ପାଦ ଧୋଇ ଫୁଲ ବର୍ଷା କରୁଥିବା ଦେଖାଯାଇଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ମନ୍ତ୍ରୀ ତଥା BJP ନେତା ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି ଯେ, ଏହା କଂଗ୍ରେସର ସଂସ୍କୃତିର ପ୍ରତିଫଳନ ଏବଂ ଏଭଳି କାର୍ଯ୍ୟ କେବଳ ସମାଲୋଚନା ଓ ନକାରାତ୍ମକ ପ୍ରଚାରକୁ ଆମନ୍ତ୍ରଣ କରିଥାଏ।

ତେବେ ନାନା ପଟୋଲେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେ କାହାକୁ ଏପରି କରିବାକୁ କହିନଥିଲେ। ଗୁରୁ ପୂର୍ଣ୍ଣିମା ଅବସରରେ ତାଙ୍କ ପରିବାରର ଦୁଇ ଯୁବ ସଦସ୍ୟ ତାଙ୍କୁ ଗୁରୁ ଭାବି ସମ୍ମାନ ଜଣାଇବା ପାଇଁ ଏହି ପରମ୍ପରା ପାଳନ କରିଥିଲେ ବୋଲି ସେ କହିଛନ୍ତି। ଏହାସହ BJPକୁ ପାଲଟା ଆକ୍ରମଣ କରି ସେ କହିଛନ୍ତି ଯେ, ସଂସ୍କୃତି ଓ ପରମ୍ପରା ନେଇ ଉପଦେଶ ଦେବାର ନୈତିକ ଅଧିକାର BJPର ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ