ବାଲେଶ୍ବର: ଓଡିଶାର ବାଲେଶ୍ୱର ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛନ୍ତି। ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱରୁ ଶୋକବାର୍ତ୍ତା ଆସିବାରେ ଲାଗିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଏହି ଦୁଃଖଦ ଘଟଣା ଲାଗି ଶୋକ ପ୍ରକାଶ କରିଛନ୍ତି।
ସେହିପରି ୟୁରୋପୀୟ କମିଶନ ସଭାପତି ଉର୍ସୁନା ଭନ୍ ଡେର ଲେଏନ୍ ମଧ୍ୟ ଏହି ଦୁର୍ଘଟଣା ଲାଗି ଶୋକ ପ୍ରକାଶ କରିଛନ୍ତି । ଏହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା। ଏହାସହ ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନା ଥାଉକି ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ବର ବାହାନଗା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନର କିଛି ବଗି ଲାଇନଚ୍ୟୁତ ହେବା ପରେ ଏହା ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା । ଏହାପରେ ବିପରୀତ ପଟୁ ଆସୁଥିବା ଆଉ ଏକ ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା। ଯାତ୍ରୀ ଓ ସ୍ଥାନୀୟ ଲୋକ କିଛି ବୁଝିବା ପୂର୍ବରୁ ସବୁ କିଛି ଧ୍ବସ ହୋଇଯାଇଥିଲା ଏହି ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇ ଏବେ ଚିକିତ୍ସିିତ ହେଉଛନ୍ତି ।